thumbnail

By ETV Bharat Odisha Team

Published : Dec 5, 2023, 11:15 AM IST

ETV Bharat / Videos

କୋଣାର୍କ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ଓଡ଼ିଶୀ-ମୋହିନୀଆଟ୍ଟମ୍ ନୃତ୍ୟରେ ଦର୍ଶକ ବିଭୋର

ପୁରୀ: କୋଣାର୍କ ମୋହତ୍ସବର ଚତୁର୍ଥ ସନ୍ଧ୍ୟାକୁ ଭରପୁର ଉପୋଭୋଗ କରିଲେ ଦର୍ଶକ । ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ମୋହିନୀଆଟ୍ଟମ୍ ଏବଂ ଓଡ଼ିଶୀ ନୃତ୍ୟ । ପ୍ରଥମ ପର୍ଯ୍ୟାୟରେ କେରଳର ଲକ୍ଷ୍ୟ ଏକାଡେମୀ ଅଫ୍ ମୋହିନୀଆଗମ୍‌ର ନୃତ୍ୟଶିଳ୍ପୀ ପଲ୍ଲବୀ କ୍ରିଷ୍ଣନ୍ ଆଦି ଶଙ୍କରାଚାର୍ଯ୍ୟ ବିରଚିତ ନମଃଶିବାୟ ପଞ୍ଚାକ୍ଷର ଆଧାରରେ ଶିବତତ୍ତ୍ଵପ୍ରଦର୍ଶିତ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶୀ ପରିବେଷଣ କରିଥିଲେ ଦକ୍ଷା ମଶ୍ରୁୱାଲା । ମୁମ୍ବାଇର କୌଶିକ ଡ୍ୟାନ୍ସ ଏକାଡେମୀର ଶିଳ୍ପୀଗଣଙ୍କ ପ୍ରସ୍ତୁତିରେ ଥିଲା ଭାରତୀୟ ରାଗରାଗିଣୀ ଓ ମାତୃଶକ୍ତି ବନ୍ଦନା । ମୋହିନୀଆଟ୍ଟମ୍‌ରେ ଶିବତତ୍ତ୍ୱ ଓ ଓଡ଼ିଶୀରେ କୃଷ୍ଣରସ ଉପସ୍ଥିତ ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଥିଲା । ତେବେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ମଞ୍ଚ ସଂଯୋଜନା କରିଥିଲେ । ତେବେ ଆଜି ସନ୍ଧ୍ୟାରେ କୋଣାର୍କ ଉତ୍ସବ ଉଦଯାପିତ ହେବ ।

ଏହା ମଧ୍ୟ ପଢନ୍ତୁ- କୋଣାର୍କ ମହୋତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ ଓ ସତ୍ରିୟା ନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.