ଶିମିଳିପାଳ ଅଭୟାରଣ୍ୟରୁ 2 ଦେଶୀ ବନ୍ଧୁକ ଜବତ

By ETV Bharat Odisha Team

Published : Aug 23, 2023, 6:47 PM IST

thumbnail

ରାଇରଙ୍ଗପୁର: ପୁଣି ଜବତ ହେଲା ଦେଶୀ ବନ୍ଧୁକ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।  ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଯୁଗ୍ମ ଟାସ୍କଫୋର୍ସ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟ ଏବଂ ଶିମିଳିପାଳର ପାଦଦେଶରେ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା । ଏହି ସମୟରେ ସାତକୋଶିଆ ଅଞ୍ଚଳରେ ଦେଶୀ ବନ୍ଧୁକ ଥିବା ନେଇ ଖବର ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳରୁ ଦୁଇ ଶିକାରୀ ଗିରଫ, ୪ ଦେଶୀ ବନ୍ଧୁକ ଜବତ

ବନ୍ଧୁକ ଥିବା ଖବର ମିଳିବା ପରେ ଶିମିଳିପାଳ ଅଭୟାରଣ୍ୟର ସାତକୋଶିଆ ରେଞ୍ଜ ଅନ୍ତର୍ଗତ ଗଜପଥର ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ ଓ ପୋଲିସ । ତେବେ ସାତକୋଶିଆ ବନବିଭାଗ ଓ ମହୁଲଡିହା ଥାନା ପୋଲିସର ଯୁଗ୍ମ ଟାସ୍କଫୋର୍ସର ଟିମ୍‌ ମିଳିତ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିବା ନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କଠାରୁ ସୂଚନା ମିଳିଛି । ଏହି ଘଟଣାକୁ ନେଇ ମହୁଲଡିହା ଥାନାରେ କେସ ନମ୍ବର ୫୦/୨୩ରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଅଧିକ ତଥ୍ୟ ପାଇଁ ତଦନ୍ତ ପ୍ରକ୍ରିୟା ଜାରି ଥିବା ନେଇ ମହୁଲଡିହା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.