thumbnail

By ETV Bharat Odisha Team

Published : Oct 29, 2023, 7:08 PM IST

ETV Bharat / Videos

Watch: ମାଛ ଜାଲରେ ପଡିଲା ବିରାଟକାୟ ଅଜଗର, ଆଉ ତା’ ପରେ...

ଢେଙ୍କାନାଳ: ମାଛ ଜାଲରୁ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର । ଗତକାଲି (ଶନିବାର) ରାତିରେ କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ କଇଁବିଲି ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ବିଲରେ ମାଛଧରିବା ପାଇଁ ଜାଲ ପକାଇଥିଲେ । ହେଲେ ମାଛ ବଦଳରେ ଜାଲରେ ପଡି ଥିଲା ବିରାଟକାୟ ଅଜଗର l ରାତିରେ ମାଛ ଧରିବା ପାଇ ଯାଇଥିବାବେଳେ, ଜାଲରେ ଏତେବଡ ସାପ ଥିବା ଦେଖି ଭୟଭୀତ ହୋଇଯାଇଥିଲେ । ସାପଟିକୁ ଦେଖି ତୁରନ୍ତ ଜାଲ ଛାଡି ଗ୍ରାମ ଭିତରକୁ ଦୌଡ଼ି ପଳାଇ ଆସିଥିଲେ । ଜାଲ ଭିତରୁ ସାପଟି ବାହାରି ପାରିନଥିଲା । 

ଏତେ ବଡ ସାପ ଦେଖି ବ୍ୟକ୍ତି ଜଣକ ଭୟରେ ତୁରନ୍ତ ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ । ପରେ ସ୍ନେକହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ଏହା ପରେ ସାପଟିକୁ ବିଲରୁ ଉଦ୍ଧାର କରିଥିଲେ ସ୍ନେକହେଲ୍ପ ଲାଇନ ସଦସ୍ୟ । ଏହା ଏକ 12ଫୁଟର ଅଜଗର ସାପ ବୋଲି ବନ ବିଭାଗ ସୂଚନା ଦେଇଛି । ଘଟଣାସ୍ଥଳରୁ ସାପଟିକୁ ଉଦ୍ଧାର କରି ବନବିଭାଗର ଉପସ୍ଥିତରେ ସୁରକ୍ଷିତ ଭାବେ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି  । 

ଏହା ମଧ୍ୟ ପଢନ୍ତୁ...ବେଆଇନ ଭାବେ ସରିଶୃପ ନେଇ ଆସିଥିଲେ ବିମାନ ଯାତ୍ରୀ, ଟ୍ରଲି ବ୍ୟାଗ୍‌ରୁ 47ଟି ଅଜଗର ଓ 2ଟି ଛିଟିପିଟି ଉଦ୍ଧାର

ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.