thumbnail

By

Published : Apr 9, 2023, 8:37 AM IST

ETV Bharat / Videos

Watch Video: ୧୨ ଫୁଟର ବିଶାଳକାୟ ଅହିରାଜ ଉଦ୍ଧାର

ରାଇରଙ୍ଗପୁର: ୧୨ ଫୁଟ ଲମ୍ବର ଏକ ବିରାଟକାୟ ଅହିରାଜ ସାପକୁ ଉଦ୍ଧାର କରିଲା ସ୍ନେକ ଲାଇଫ ଲାଇନ । ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେଞ୍ଜ ଅନ୍ତର୍ଗତ ଡାହିସାହି ଗ୍ରାମ ନିକଟରୁ ଅହିରାଜ ସାପ ଉଦ୍ଧାର ହୋଇଛି ।  ଗ୍ରାମ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଅହିରାଜକୁ ଗ୍ରାମବାସୀମାନେ ବାଟ ଓଗାଳିବାରୁ ସାପଟି ଏକ ଗାତ ନିକଟରେ ଲୁଚି ରହିଥିଲା । ଗ୍ରାମବାସୀ ଏନେଇ ସ୍ନେକ ଲାଇଫ୍ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟମାନେ ପହଞ୍ଚି ବିରାଟକାୟ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି । ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ ବେହେରା ପୁରା ଟିମ୍ ସହିତ ସେଠାରେ ପହଞ୍ଚି ସାପକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଉଦ୍ଧାର ସାପଟି ଅହିରାଜ ହୋଇଥିବା ବେଳେ ତାହାର ଲମ୍ବ ୧୨ ଫୁଟ୍ ହୋଇଥିବା ନେଇ କୁହାଯାଇଛି । ମାଈ ଅହିରାଜକୁ ଉଦ୍ଧାର କରାଯାଇ ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦିଆଯାଇଛି । 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.