Municipal Election: ପ୍ରଚାର ମୈଦାନରେ ଅଭିନେତ୍ରୀ ରିୟା, BJD ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

By

Published : Mar 21, 2022, 8:51 PM IST

Updated : Feb 3, 2023, 8:20 PM IST

thumbnail
ନବରଙ୍ଗପୁର: ଆସନ୍ତା ୨୪ ତାରିଖରେ ପୌର ନିର୍ବଚନ । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି । ନିର୍ବାଚନୀ ପ୍ରଚାର ଜୋରଦାର କରାଯାଉଥିବା ବେଳେ ରାଜନୈତିକ ଉଷ୍ମତା ମଧ୍ୟ ଦେଖାଯାଉଛି । ମଙ୍ଗଳବାର ପ୍ରଚାରର ଶେଷ ଦିନ। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର NACରେ ୩ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନ ମଧ୍ୟ ସହରରେ ନିର୍ବାଚନୀ ପ୍ରଚାର କରିଥିଲେ । ନିର୍ବାଚନୀ ଶୋଭାଯାତ୍ରାରେ ଓଡ଼ିଆ ଅଭିନେତ୍ରୀ ରିୟା ଦେ ସାମିଲ ହୋଇଥିଲେ । ରିୟା ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଏପରି କି ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନଙ୍କୁ ଭୋଟ ଦେବାକୁ ଲୋକଙ୍କୁ କହିଥିଲେ । ଏହାସହ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମଧ୍ୟ ପ୍ରଚାର କରିଥିଲେ । ବାଇକ ରାଲିରେ ନବରଙ୍ଗପୁର ପୌରାପାଳିକାର ବିଭିନ୍ନ ଓ୍ବାର୍ଡ ବୁଲି ବିଜେଡି ପ୍ରାର୍ଥୀ ଓ ଅଭିନେତ୍ରୀଙ୍କ ସହ ବହୁ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଅନ୍ୟପକ୍ଷେ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.