ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ, ଓଡ଼ଗାଁରେ ପ୍ରସ୍ତୁତି ଶେଷ - ଓଡ଼ଗାଁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ
🎬 Watch Now: Feature Video
ଓଡ଼ଗାଁ ବ୍ଲକରେ ବୁଧବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ୩ ପ୍ରମୁଖ ରାଜନୈତିକ ଦଳର ପ୍ରଚାର ଗତକାଲି ଠାରୁ ଶେଷ ହୋଇଥିବା ବେଳେ ଜିଲ୍ଲାପ୍ରଶାସନ ଓ ପୋଲିସ ପକ୍ଷରୁ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓଡ଼ଗାଁ ବ୍ଲକର ୩୬ଟି ପଞ୍ଚାୟତର ମୋଟ ୫୭୪ଟି ବୁଥ୍ରେ ମତଦାତାଙ୍କ ପାଇଁ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ୭୯ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:12 PM IST