thumbnail

Municipal Election: ଭୋଟ ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

By

Published : Mar 24, 2022, 10:14 PM IST

Updated : Feb 3, 2023, 8:20 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜ୍ଞାପିତ ପରିଷଦର ୩ ନମ୍ବର ୱାର୍ଡ ରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମତଦାନ କରିଛନ୍ତି । ସବୁ ୱାର୍ଡରେ ଆମ ପ୍ରାଥି ବିପୁଳ ଭୋଟରେ ଜିତିବେ ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ । ତେବେ ପୌର ନିର୍ବାଚନ ପାଇିଁ ସରିଛି ମତଦାନ । ସକାଳ ୮ଟାରୁ କାମାକ୍ଷାନଗର ସମସ୍ତ ୧୫ଟି ଓ୍ବାଡରେ ଭୋଟ ଗ୍ରହଣ ହୋଇଥିଲା । ମୋଟ ୧୩,୩୭୧ ଜଣ ଭୋଟର ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।ଅଧକ୍ଷ ଓ କାଉନସିଲର ପଦବୀ ପାଇିଁ ୨ଟି ଭୋଟ ଦେଉଛନ୍ତି ଭୋଟର । କାମାକ୍ଷାନଗର ଏନଏସିର ୧୫ଟି ଓ୍ବାର୍ଡ ପାଇିଁ ୧୬ଟି ବୁଥ ହୋଇଥିଲା । ଏଥିରେ ଗୋଟିଏ ମଡେଲ ବୁଥ ଓ ଗୋଟିଏ ପିଙ୍କ ବୁଥ ହୋଇଥିଲା । ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.