thumbnail

By

Published : Mar 2, 2022, 12:47 PM IST

Updated : Feb 3, 2023, 8:18 PM IST

ETV Bharat / Videos

କପିଳାସରେ ଭୋର ୪ଟା ଉଠିଲା ମହାଦୀପ

ଢେଙ୍କାନାଳ: କଟକଣା ମଧ୍ୟରେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ମନ୍ଦିରରେ ଜାଗର ଯାତ୍ରା ସମ୍ପନ୍ନ ହୋଇଛି। ଜାଗର ଯାତ୍ରାରେ ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ଦୁଲ୍ଲଭ ନାଗାଭରଣ ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ନୀତି କାନ୍ତି ମୁତାବକ ଜୀଉଙ୍କ ଚାରି ପ୍ରହରରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟା ୫୫ରେ ମହାଦୀପ ମନ୍ଦିର ବେଢ଼ା ପରିକ୍ରମା ଆରମ୍ଭ ହୋଇଥିଲା । ଭୋର ୪ଟା୨୫ମିନିଟ ରେ ମନ୍ଦିରର ମୁଖ୍ୟ ସେବାୟତ ମଦିର ଚୁଡାକୁ ମହାଦୀପ ଉଠାଇଥିଲେ । ଘଣ୍ଟ ଘଣ୍ଟା ଓ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ସାଙ୍ଗକୁ ହର ହର ମହାଦେବ ଧ୍ବନୀରେ ସମଗ୍ର କପିଳାସ ପ୍ରକମ୍ପିତ ହୋଇଥିଲା । ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.