ବରିଷ୍ଠ ଡାକ୍ତରଙ୍କ ବଦଳିକୁ ଜୁନିଅର ଡାକ୍ତର ସଂଘର ବିରୋଧ

By

Published : Apr 8, 2022, 8:21 PM IST

Updated : Feb 3, 2023, 8:22 PM IST

thumbnail

ବ୍ରହ୍ମପୁର: ଏମ୍.କେ.ସି.ଜି ମେଡିକାଲର ବରିଷ୍ଠ ଚିକିତ୍ସକଙ୍କ ବଦଳିକୁ ବିରୋଧ କଲେ ଜୁନିଅର ଡ଼ାକ୍ତର ସଂଘ । ଗତ ତିନି ମାସ ମଧ୍ୟରେ କଲେଜର ଅଭିଜ୍ଞ ଡ଼ାକ୍ତରଙ୍କ ବଦଳି ବାରମ୍ବାର ହେବା ଯୋଗୁଁ MKCGରେ ଏବେ ଡାକ୍ତର ଅଭାବ ଦେଖାଦେଇଛି । ଏହି ବିରୋଧକୁ ସମର୍ଥନ କରିଛନ୍ତି ଫୋରମ୍ ଫର ଗଞ୍ଜାମର କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସହରର ବରିଷ୍ଠ ନାଗରିକ ସଙ୍ଘ । ଏବେ ସୁଦ୍ଧା ପ୍ରାୟ ୨୫ରୁ ୩୦ ଜଣ ବରିଷ୍ଠ ଡ଼ାକ୍ତରଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.