7 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

By

Published : Aug 17, 2020, 4:59 PM IST

thumbnail
କେନ୍ଦ୍ରାପଡା: ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ସ୍ଥାନୀୟ ଚମ୍ପୁର ହୁରାସାହିର ଶୁଭେନ୍ଦୁ କୁମାର ରାଉତରାୟଙ୍କ ଠାରୁ ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ପୋଖରୀ ତୁଠରେ ଏକ ଚେଞ୍ଜିଂ ରୁମ ନିର୍ମାଣର ପଚାଶ ହଜାର ଟଙ୍କା ବିଲ କରାଇଦେବାକୁ 7ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଧର୍ମାନନ୍ଦ। ଗତକାଲି ଏନେଇ ଯୁବକ ଜଣକ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ମଧ୍ୟାହ୍ନରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ବରେ ଅଧିକାରୀ ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.