thumbnail

By

Published : Jul 8, 2020, 8:01 PM IST

ETV Bharat / Videos

ବଡ ଭାଇର ଶାବଳ ମାଡରେ ସାନ ଭାଇର ମୃତ୍ୟୁ

ବାଲେଶ୍ବର: ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ବଡ଼ ଭାଇର ଶାବଳ ମାଡ଼ରେ ସାନଭାଇର ମୃତ୍ୟୁ । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅବଜଣା ପଞ୍ଚାୟତ ଡୁବିଆ ଗ୍ରାମରେ । ଏହି ଗ୍ରାମରେ ରହୁଥିବା ରମାକାନ୍ତ ପରିଡା ଓ ଉମାକାନ୍ତ ପରିଡାଙ୍କ ମଧ୍ୟରେ କିଛିଦିନ ଧରି ଜମିଜମାକୁ ନେଇ ବିବାଦ ଲାଗି ରହୁଥିଲା । ଏହାକୁ କେନ୍ଦ୍ରକରି ଉମାକାନ୍ତ ବଜାରରୁ ଫେରିବା ବେଳେ ବଡଭାଇ ରମାକାନ୍ତ ପୂର୍ବ ଯୋଜନା ଅନୁଯାୟୀ ଉମାକାନ୍ତଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଉମାକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ହତ୍ୟାକାରୀ ବଡଭାଇକୁ ପାଖ ଗ୍ରାମରୁ ସିମୁଳିଆ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.