ସୁର ସାମ୍ରାଜ୍ଞୀଙ୍କୁ ଅଶ୍ବତ୍ଥ ପତ୍ରରେ ଶ୍ରଦ୍ଧାଞ୍ଜଳି - ସୁର ସାମ୍ରାଜ୍ଞୀଙ୍କୁ ଅଶ୍ବତ୍ଥ ପତ୍ରରେ ଶ୍ରଦ୍ଧାଞ୍ଜଳି ଦେଲେ ଶିଳ୍ପୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14404405-thumbnail-3x2-l.jpg)
ହାଇଦ୍ରାବାଦ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୩ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ସେ ଫେବୃଆରୀ ୬ ତାରିଖ ସକାଳେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଲତା ମଙ୍ଗେସକରଙ୍କ ମୃତ୍ୟୁ ହେତୁ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ସୁର ସାମ୍ରାଜ୍ଞୀଙ୍କୁ ସାରା ଦେଶ ନିଜ ନିଜ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଏହି କ୍ରମରେ ରାଜସ୍ଥାନର ପାଲିର ଜଣେ ପତ୍ର କଳାକାର ମଧ୍ୟ ମହାନ ଗାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଅଶ୍ବତ୍ଥ ପତ୍ରରେ ଲତା ମଙ୍ଗେଶକରଙ୍କର ଏକ ସୁନ୍ଦର ଚିତ୍ର ଖୋଦେଇ କରିଛନ୍ତି। ଏହାପରେ ପତ୍ରକୁ ପବନରେ ଉଡାଇ ଉଚ୍ଚତା ଯାଏଁ ପହଞ୍ଚାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ତାଙ୍କ କଳାକୁ ପ୍ରଶଂସା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ