ଉଦାର କନଷ୍ଟେବଳ: ଭୋକିଲା ଶିଶୁଙ୍କ ମୁହଁରେ ଦେଲେ ନିଜ ଆହାର, ଦେଖନ୍ତୁ ଭିଡିଓ
🎬 Watch Now: Feature Video
ହାଇଦ୍ରାବାଦ: ରାସ୍ତା କଡରେ ବସି ଦୁଇ ମୁଠା ଖାଦ୍ୟ ପାଇଁ ଡହଳ ବିକଳ ହେଉଥିଲେ ଦୁଇ ଶିଶୁ । ଭୋକରେ ଜ୍ବାଳାକୁ ସହି ନପାରି ଆଖିରୁ ଝରି ଆସୁଥିଲା ଲୁହ ।ଏହି ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ଟ୍ରାଫିକ କନଷ୍ଟେବଳ ମହେଶ। ସେ ପଞ୍ଜାଗୁଟାରେ କାର୍ଯ୍ୟରତ । ଲକଡାଉନରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ଶିଶୁଙ୍କ ଉପରେ ମହେଶଙ୍କ ନଜର ପଡିଥିଲା। ସେ ଖୁବ ସହଜରେ ଅନୁମାନ କରିପାରିଥିଲେ ଯେ, ଦୁଇ ଶିଶୁ ଭୋକରେ ଖୁବ ଡହଳ ବିକଳ ହେଉଛନ୍ତି। ତେଣୁ ସେ କାଳବିଳମ୍ବ ନକରି ନିଜେ ନେଇଥିବା ଟିଫିନର ଭାତ, ଡାଲି ଓ ତରକାରୀକୁ ଉଭୟ ଶିଶୁଙ୍କ ନିକଟରେ ଥାଳି ବାଢି ପରସି ଦେଇଥିଲେ । କେମିତି ଥିଲା ସେହି ଦୃଶ୍ୟ ନଜର ପକାନ୍ତୁ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ