ବିରଳ ଦୃଶ୍ୟ: ବାଘୁଣୀର ମୃତ୍ୟୁ ପରେ ବାଘ ନେଉଛି ଛୁଆଙ୍କ ଯତ୍ନ - ଅଣ୍ଡିରା ବାଘ ନେଉଛି ଛୁଆମାନଙ୍କର ଯତ୍ନ
🎬 Watch Now: Feature Video
ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଟାଇଗର ରିଜର୍ଭରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଏଠାରେ ଗୋଟିଏ ବାଘୁଣୀର ମୃତ୍ୟୁ ପରେ ଏକ ଅଣ୍ଡିରା ବାଘ ଛୁଆମାନଙ୍କର ଯତ୍ନ ନେଉଛି । ବାଘଟି କେବଳ ଛୁଆମାନଙ୍କର ଯତ୍ନ ନେଉନି ବରଂ ସେମାନଙ୍କ ପାଇଁ ଖାଦ୍ୟ ମଧ୍ୟ ଯୋଗାଇଦେଉଛି । ସୂଚନାମୁତାବକ, ମେ 15ରେ ବାଘୁଣୀ P-213ର ମୃତ୍ୟୁ ହୋଇଥିଲା । ଏହାପରେ ତାର 4 ଅନାଥ ଶିଶୁ ହଠାତ୍ ଅଦୃଶ୍ୟ ହୋଇଯାଇଥିଲେ । କିନ୍ତୁ ପରେ ସେମାନଙ୍କୁ ଅଣ୍ଡିରା ବାଘ P-243 ପାଖରେ ଦେଖିବାକୁ ମିଳିଥିଲା । ପନ୍ନା ଟାଇଗର ରିଜର୍ଭ ଆଞ୍ଚଳିକ ନିର୍ଦ୍ଦେଶକ ଉତ୍ତମ କୁମାର ଶର୍ମା କହିଛନ୍ତି ଯେ, ବାଘ P-243 ଏହି ଛୁଆମାନଙ୍କର ପିତା ଅଟେ ।