ବର୍ଷା-ଅନୁଭବ ବିବାଦ, ସମାଧାନର ବାଟ କହିଲେ ସୁର - ସମାଧାନର ବାଟ କହିଲେ ସୁର

🎬 Watch Now: Feature Video

thumbnail

By

Published : Sep 9, 2020, 2:24 PM IST

ଭୁବନେଶ୍ବର: କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ବର୍ଷା ଅନୁଭବ ଦୁଇଜଣ ଯାକ ଡ୍ରାମା କରୁଛନ୍ତି । ଉଭୟ ହାଇ ପ୍ରୋଫାଇଲ ପରିବାରର ହୋଇଥିବା ବେଳେ ଏ ସବୁ ଶୋଭା ପାଉନି । ଅନୁଭବ ଜଣେ ସାସଂଦ ହୋଇ ଏଭଳି ରାସ୍ତା ଘାଟରେ ଶସ୍ତା ହେଉଛନ୍ତି । ଗୋଟିଏ ରୁମ ରେ ଦୁହିଁଙ୍କୁ ଘଣ୍ଟାଏ ବନ୍ଦ କରିଦେଲେ ସବୁ ଠିକ୍‌ ହୋଇଯିବ । ତା ପରେ ଉଭୟ ଜନସାଧାରଣଙ୍କୁ କ୍ଷମା ମାଗି ସାଥିରେ ରୁହନ୍ତୁ ବୋଲି କହିଛନ୍ତି ସୁର । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.