ଶ୍ରୀମନ୍ଦିର ଦ୍ବାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭିଡିଓ - patitapabana mangala alati
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9435690-thumbnail-3x2-mangalalati.jpg)
ପୁରୀ: ଜଗତକଲ୍ୟାଣ ପାଇଁ ପ୍ରତ୍ୟେକ ଦିନ କରାଯାଉଥିବା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ସବୁ ଦିନ ପରି ଆଜି ମଧ୍ୟ ବଡି ଭୋରରୁ କରାଯାଇଛି। ସେବାୟତ ଓ ପୂଜା ପଣ୍ଡାଙ୍କ ଦ୍ବାରା ପ୍ରଥମେ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା। ଏହାପରେ ହାତରେ ଘଣ୍ଟି ଓ ଦୀପ ସହ ପାଟିରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା। ଏହି ସମୟରେ ନିକଟରେ ଥିବା ଅନ୍ୟ ସେବାୟତ ମାନଙ୍କ ଦ୍ବାରା ହରିବୋଲ ଓ ଓଁ ନମୋଃ ଭଗବତେ ବାସୁଦେବାୟ ଧ୍ବନିରେ ମନ୍ତ୍ରମୁଗ୍ଧ ହେଉଥିଲା ପରିବେଶ । ଆଉ କାଳିଆର ଏହି ଆଳତୀର ଦର୍ଶନ ସତରେ ଅତିବ ହୃଦୟସ୍ପର୍ଶୀ ଅଟେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ