ବୁଢ଼ୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସ, ପ୍ରଶାସନର ୧୪୪ ଧାରା ଜାରି
🎬 Watch Now: Feature Video
ବ୍ରହ୍ମପୁର: ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାର ଆଜି ପଞ୍ଚମ ଦିବସ । ଗତକାଲି ଠାକୁରାଣୀ ମନ୍ଦିରର ଦୁଇ ପୂଜକଙ୍କ ଠାରୁ କୋରୋନା ପଜିଟିଭ୍ ବାହାରିବା ପରେ ପ୍ରଶାସନ ପକ୍ଷରୁ ମାଆଙ୍କ ଅସ୍ଥାୟୀ ମନ୍ଦିର ସମେତ ଦେଶବେହେରା ସାହିରେ ୧୪୪ ଧାରା ଜାରି କରାଯାଇଛି । ଫଳରେ ମାଆଙ୍କ ଅସ୍ଥାୟୀ ମନ୍ଦିର ଜନଶୂନ୍ୟରେ ପରିଣତ ହୋଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଟିଙ୍ଗ୍ କରାଯାଇଛି । କେବଳ ମାଆଙ୍କ ନୀତିକାନ୍ତି କରାଯିବାକୁ ରହିଥିବା ବେଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ଛିଡା କରିଛି ଅଦୃଶ୍ୟ କୋରୋନା । ଅନ୍ୟପଟେ ପ୍ରତି ଦୁଇ ବର୍ଷକୁ ଥରେ ମାଆ ନିଜ ବାପ ଘରକୁ ଆସୁଥିବାରୁ ଭକ୍ତମାନେ ମାଆଙ୍କୁ ଦର୍ଶନ କରିବାକୁ ଆସି ନିରାଶ ହୋଇ ବ୍ୟାରିକେଟିଙ୍ଗ୍ ନିକଟରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି ।