ବିରଳ ପ୍ରଜାତିର କଳା ନାଗ ଉଦ୍ଧାର

By

Published : Sep 5, 2020, 10:52 PM IST

thumbnail

ଜଗତସିଂହପୁର: ବିରଳ ପ୍ରଜାତିର କଳା ନାଗ ସାପ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ କେନ୍ଦାଲ ଗ୍ରାମର ବେହେରା ସାହିର ଶ୍ୟାମ ବେହେରାଙ୍କ ବାଡିରୁ ଏକ ବିରଳ ପ୍ରଜାତିର କଳାନାଗ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଶ୍ୟାମ ବେହେରାଙ୍କ ବାଡ଼ିରେ କଳା ନାଗ ବୁଲୁଥିବାର ଦେଖି ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଏହି ସାପକୁ ଦେଖିବା ପାଇଁ ଲୋକେ ଗହଳି କରିଥିଲେ। ବନ ବିଭାଗ ଖବର ପାଇବା ପରେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି। ଏହି ସାପକୁ ଦେଖି କେତକ ଲୋକେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.