କୋରୋନାକୁ ନେଇ କେତେ ସଜାଗ ପୋଲିସ...

🎬 Watch Now: Feature Video

thumbnail

By

Published : Mar 31, 2020, 2:50 PM IST

ଯାଜପୁର: ସାରା ଭାରତରେ ଏବେ କୋରୋନା ସଂକ୍ରମଣ ଭୟ । ଏଥିପାଇଁ ସାରା ଭାରତକୁ 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଉ ସମସ୍ତେ ଘରେ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ମାତ୍ର କିଛି ଲୋକ ଏହି ଲକଡାଉନ ନିୟମ ନମାନିବାରୁ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି । ପୋଲିସ ମାନେ ଯଦି କୋରୋନା ସଂକ୍ରମଣକୁ ନଡରି ଦିନ ରାତି ସଚେତନ କରାଉଛନ୍ତି, ତେବେ ସେ ସବୁକୁ ଅନୁସରଣ କରିବା ହେଉଛି କର୍ତ୍ତବ୍ୟ । ତେବେ ପୋଲିସ ଦେଶକୁ ସୁରକ୍ଷା ଦେବା ସହ ନିଜ ସ୍ବାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ଏବଂ ଆବଶ୍ୟକ ଅନୁଯାୟୀ ମାକ୍ସ ଆଉ ସାନିଟାଇଜର ବ୍ୟବହାର କରନ୍ତୁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ନିବେଦନ କରିଛନ୍ତି । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.