Cyclone Jawad Effect: ପାଣିରେ ଭାସୁଛି ଚାଷୀର ଅମଳ - ବାଲେଶ୍ବର ପାଚିଲା ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ

🎬 Watch Now: Feature Video

thumbnail

By

Published : Dec 6, 2021, 9:37 PM IST

ବାଲେଶ୍ଵର: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଥିବାରୁ ଏବେ ଚାଷୀ ଚିନ୍ତାରେ ପଡିଛନ୍ତି। ବର୍ଷାରେ ପାଚିଲା ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ହଜାର ହଜାର ହେକ୍ଟର ଜମିରେ ପଡିଥିବା ଧାନ ବର୍ଷା ପାଣିରେ ବୁଡି ନଷ୍ଟ ହେବାକୁ ବସିଛି। ବାତ୍ୟା ଜୱାଦ ପ୍ରଭାବରେ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର , ଭୋଗରାଇ , ବସ୍ତା , ବାଲିଆପାଳ ସମେତ ବାଲେଶ୍ଵର , ସୋର , ରେମୁଣା , ନୀଳଗିରି ,ଖଇରା ବ୍ଲକର ହଜାର ହଜାର ହେକ୍ଟର ପାଚିଲା ଧାନ ବର୍ଷା ପାଣିରେ ରହି ଗଜା ହେବାକୁ ବସିଛି। ସେପଟେ ପନିପରିବା ଚାଷର ବି ସମାନ ଅବସ୍ଥା । ଯାହାକି ବାରମ୍ବାର ଲଘୁଚାପ ବର୍ଷା ପାଇଁ ଚାଷୀ ମାନେ ଠିକ ଭାବେ ଅମଳ କରିପାରୁ ନାହାନ୍ତି। ଅମଳ ମୁହଁରେ ବର୍ଷା ଦାଉ ସାଜିଛି । ଜିଲ୍ଲାର ଚାଷୀ ଭାଇମାନେ ଋଣ କରି ଚାଷ କରିଥିବା ବେଳେ ଏବେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.