ଦୀପାବଳି ପାଳିବେ ଦୃଷ୍ଟିହୀନ ବିଦ୍ୟାର୍ଥୀ - Blind students celebrate diwali

🎬 Watch Now: Feature Video

thumbnail

By

Published : Oct 27, 2019, 2:52 PM IST

ବ୍ରହ୍ମପୁର: ରବିବାର ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ଗାଁଠୁ ସହର । ଭଳିକି ଭଳି ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ସାରା ରାଜ୍ୟ । କିନ୍ତୁ ବ୍ରହ୍ମପୁର ସହରର ଦୃଷ୍ଟିହୀନ ବିଦ୍ୟାଳୟର ବିଦ୍ୟାର୍ଥୀ ବେଶ ନିଆରା ଢଙ୍ଗରେ ପାଳନ କରିବେ ଦୀପାବଳି ଉତ୍ସବ । ଆଲୋକ କ'ଣ ଜାଣିବା ପୂର୍ବରୁ ଜନ୍ମରୁ ନିଜର ଦୃଷ୍ଟିଶକ୍ତି ହରାଇଥିବା ଏହି ବିଦ୍ୟାର୍ଥୀ ପାଇଁ ଭିନ୍ନ ଶୈଳୀରେ ଦୀପାବଳି ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଏହି ନିଷ୍ପତ୍ତିରେ କିଛି ବଦ୍ୟାନ୍ୟ ବ୍ୟକ୍ତିମାନେ ସାମିଲ ହୋଇଛନ୍ତି । ବାଣ କିଣିବା ପଇସା ବଦଳରେ ମିଠା ବାଣ୍ଟି ଏହି ଛାତ୍ରୀଙ୍କ ସହ ଦୀପାବଳୀ ପାଳନ କରୁଛନ୍ତି । ତେବେ ଏହି ଦୃଷ୍ଟିହୀନ ଛାତ୍ରୀମାନେ ରାଜ୍ୟବାସୀଙ୍କୁ ବାଣ ନଫୁଟାଇ ଦୀପ ଜାଳି ଗ୍ରୀନ ଦୀପାବଳି ଭାବରେ ପାଳନ କରିବାକୁ ଆହ୍ବାନ କରିଛନ୍ତି । ତେବେ ଏସମ୍ପର୍କରେ ଅଧିକ ସୂଚନା ପାଇଁ ଆମ ସମ୍ବାଦଦାତା ଗ୍ରାଉଣ୍ଡରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ବିଦ୍ୟାର୍ଥୀ ଓ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ଶୁଣନ୍ତୁ କଣ କହୁଛନ୍ତି:- ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.