ଗୀତ ଗାଇ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ରେକର୍ଡ ଗାର୍ଲ ସାଇ
🎬 Watch Now: Feature Video
ଜଗତସିଂହପୁର: ବିରିଡି ବ୍ଲକ ଅନ୍ତର୍ଗତ କୁଳ କଇଜଙ୍ଗ ଗାଁର 8 ବର୍ଷର କୁନିଝିଅ ସାଇ ସମୀକ୍ଷା କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । କୋରୋନା ଭୟାବହତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଭିନ୍ନ ପ୍ରୟାସ କରିଛନ୍ତି । ଦେଶ ତଥା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଲକଡାଉନ, ସଟଡାଉନ କରୁଛନ୍ତି । କିନ୍ତୁ କେତେକ ଅମାନିଆ ଏହାକୁ ଜାଣିଶୁଣି ଅଣଦେଖା କରୁଛନ୍ତି । ଯାହା କୁନି ଝିଅ ସାଇ ସମୀକ୍ଷାଙ୍କୁ ମର୍ମାହତ କରିଛି । ଏହାକୁ ନେଇ ସାଇ କବିତା ମାଧ୍ୟମରେ କୋରୋନା ସଚେତନତା ବାର୍ତ୍ତା ପ୍ରଚାର କରିଛନ୍ତି । ନିକଟରେ କୁନି ଝିଅ ସାଇ ସମୀକ୍ଷା 5 ମିନିଟରେ 28ଟି ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଏସିଆ ବୁକ ଅଫ ରେକର୍ଡ ସୃଷ୍ଟି କରିପାରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ