ଗୁଣିଗାରେଡି ସନ୍ଦେହରେ ଅମାନୁଷିକ କାଣ୍ଡ; ମାଡ଼ ମାରି ଦାନ୍ତ ଓପାଡ଼ିଲେ, ବିଷ୍ଠା ଖୁଆଇଲେ

By

Published : Jun 30, 2021, 12:48 PM IST

thumbnail
ବ୍ରହ୍ମପୁର: ସୀମା ଟପିଲା ବର୍ବରତା । ଗୁଣିଗାରେଡି ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣାରେ ପୋଲିସ 14 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗତ ୧୯ ତାରିଖ ରାତ୍ର ସମୟରେ ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ନିସ୍ତୁକ ମାଡ଼ ଖାଉଥିବା ବ୍ୟକ୍ତିଜଣକ ବ୍ରହ୍ମପୁର ସୁବାସନଗର ଅଞ୍ଚଳର ଭେଙ୍କଟରମଣ।, ସେ ପି.ଧବେଳେଶ୍ବର ରେଡ୍ଡୀଙ୍କ ସହ ରମେୟାପଲ୍ଲୀର ଭୀମରାଜୁ ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ପ୍ଲଟ ବ୍ୟବସାୟ କାମରେ ଯାଇଥିଲେ। ହଠାତ୍ ଗାଁର ୫୦ରୁ ଅଧିକ ପୁରୁଷ ଓ ମହିଳା ସେମାନଙ୍କୁ ଘେରିଯାଇ ରାସ୍ତାକୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଲୁହା ଚିମୁଟାରେ ଜୋର ଜବରଦସ୍ତ ଦାନ୍ତ ଓପାଡ଼ି ବା ସହ ଅତର୍କିତ ମାଡ଼ ମାରିଥିଲେ । ରାଗ ସେତିକିରେ ସନ୍ତୁଷ୍ଟ ହୋଇନଥିଲା ଯେ, ସମସ୍ତଙ୍କୁ ପଡ଼ିଆକୁ ନେଇ ବିଷ୍ଠା ବି ଖୁଆଇଥିଲେ । ନିର୍ଯାତିତମାନେ ହାତ ଯୋଡ଼ି ନେହୁରା ହେଉଥିଲେ ବି କେହି ସେମାନଙ୍କ କଥା ଶୁଣିନଥିଲେ । ଏପରିରି ପିଇବାକୁ ପାଣି ମୁନ୍ଦେ ମାଗିଥିଲେ ବି କେହି କର୍ଣ୍ଣପାତ କରିନଥିଲେ । ଫଳରେ କିଛି ସମୟ ପରେ ଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏଭଳି ଅମାନୁଷିକ କାଣ୍ଡ କେବଳ ଗଞ୍ଜାମ ନୁହେଁ, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.