ମଣ୍ଡି ଅବ୍ୟବସ୍ଥା ଓ ସହାୟତା ଦାବିରେ ଚାଷୀଙ୍କ ସତ୍ୟାଗ୍ରହ

By

Published : Feb 12, 2022, 9:43 AM IST

Updated : Feb 3, 2023, 8:11 PM IST

thumbnail

ଜଗତସିଂହପୁର: ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଜିଲ୍ଲାରେ ଚାଷୀ ସତ୍ୟାଗ୍ରହ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ବିତ୍ପାତ ଓ ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ସତ୍ୟାଗ୍ରହ କରିଛନ୍ତି । ଅହୋରାତ୍ର ଧାରଣା ଦେବା ସହ ଜିଲ୍ଲାରେ ମଣ୍ଡିର ସୁବ୍ୟବସ୍ଥା କରିବା ଓ ବର୍ଷା ବିତ୍ପାତ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି। ବାତ୍ୟା ଓ ବର୍ଷାରୁ ବଞ୍ଚାଇ ରଖିଥିବା ନିଜର ଧାନକୁ ମଣ୍ଡିରେ ମିଲର ନେବାକୁ ରାଜି ହେଉନଥିବା ନେଇ ସଂଗଠନ ପକ୍ଷରୁ କୁହାଯାଇଛି । ତୁରନ୍ତ ଏହି ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛି ନବ ନିର୍ମାଣ କୄଷକ ସଂଘ । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.