ଠକେଇ ମାମଲା ଫଶିଲେ ରଜନୀକାନ୍ତଙ୍କ ସ୍ତ୍ରୀ ଲତା, କହିଲେ-'ସେଲିବ୍ରିଟି ହେବାର ଦେୟ ଦେବାକୁ ପଡିଥାଏ' - cheating case

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 27, 2023, 4:23 PM IST

Kochadaiiyaan Case: ହାଇଦ୍ରାବାଦ: ନିକଟରେ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ତ୍ରୀ ଲତାଙ୍କ ନାଁରେ ଚକେଇ ମାମାଲାର ଅଭିଯୋଗ ହୋଇଛି । ଏନେଇ ତାଙ୍କ ନାଁରେ ଏକ ମାମଲା ମଧ୍ୟ ପଞ୍ଚିକୃତ ହୋଇଛି । ଏହି ମାମଲା ରଜନୀକାନ୍ତଙ୍କ ଫିଲ୍ମ କୋଚିଦିଆନ ସହ ଜଡିତ । ତେବେ ଏହି ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । କିନ୍ତୁ ସୁପ୍ରମିକୋର୍ଟ ଏହି ମାମଲାକୁ ପୁଣି ଖୋଲିଛନ୍ତି । ଏହି ସମୟରେ ବର୍ତ୍ତମାନ ରଜନୀକାନ୍ତି ସ୍ତ୍ରୀ ଲତା ଏହି ମାମଲା ନେଇ ମୁହଁ ଖୋଲିଛନ୍ତି । ଲତା କହିଛନ୍ତି, ମୋ ପାଇଁ ଏହା ବହୁତ ଅପମାନଜନକତ କଥା । ସେଲିବ୍ରିଟି ହେବାର ଦେୟ ଦେଉଛି । ଯେତେବେଳେ ଆପଣ ଲୋକପ୍ରିୟ ଚେହେରା ହୋଇଥାନ୍ତି ସେତେବେଳେ ଯେକୌଣସି ମାମଲା ଯେତେ ଚୋଟ ହେଉ ନା କାହିଁକି ତାହା ବଡ ହୋଇଯାଏ । ମୁଁ କହୁଛି, କୌଣସି ଠକେଇ ହୋଇନାହିଁ । ମୋର ଏଥିରେ କୌଣସି ସମ୍ପୃକ୍ତି ନାହିଁ ।

ଏହା ମଧ୍ୟ ପଢନ୍ତୁ: ସହ-ତାରକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ରଜନୀକାନ୍ତ; ଏବେ ବକ୍ସ ଅଫିସ ବାଦଶାହା

ସୂଚନା ଥାଉ କି, ରଜନୀକାନ୍ତଙ୍କ ଫିଲ୍ମ କୋଚିଦିଆନକୁ ତାଙ୍କ ଝିଅ ସୌନ୍ଦୟା ରଜନୀକାନ୍ତ ନିର୍ଦ୍ଦେଶନା ଦେଇଥିଲେ । ଅଭିଯୋଗକାରୀଙ୍କ କହିବା ଅନୁସାରେ,  ଫିଲ୍ମ ନିର୍ମାତାଙ୍କ ମଧ୍ୟରେ କେହି ଜଣେ ପୋଷ୍ଟ କରିଥିଲେ ଯେ, ପ୍ରଡକ୍ସନ ପାଇଁ ୧୦କୋଟି ଲଗାଇଥିଲେ । ଏବଂ ଏଥିରେ ରଜନୀକାନ୍ତଙ୍କ ସ୍ତ୍ରୀ ଲତା ସାଇନ କରିଥିଲେ । କିନ୍ତୁ ଲତା ପ୍ରଡକ୍ସନକୁ ସେହି ଟଙ୍କା ଦେଇନାହାନ୍ତି । ଏହି ମାମଲାକୁ ୨୦୨୨ରେ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଥିଲେ । କିନ୍ତୁ ଏବେ ସୁପ୍ରିମକୋର୍ଟରେ ପୁଣି ଏହି ମାମଲାକୁ ରିଓପେନ କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.