ବାଜିଲା "ମେରି ଇଷ୍ଟ ଦେବ ଜଗନ୍ନାଥ ତେରୀ ଜୟ ଜୟ କାରା", ଶାଶୁଘରକୁ ବିଦା ହେଲେ ଅର୍ଚ୍ଚିତା

By

Published : Jul 10, 2023, 10:25 PM IST

thumbnail

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ଗୁପ୍ତ ଶ୍ରୀକ୍ଷେତ୍ରରୁ ଦିନକୁ ଦିନ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ମନ୍ଦିର ନିକଟରେ ଥିବା ଗ୍ରାମବାସୀ ଓଡ଼ିଆଙ୍କ ମଉଡ଼ମଣି ତଥା ଜଗତର ନାଥ ଜଗନ୍ନାଥଙ୍କୁ ନିଜର ଇଷ୍ଟଦେବ ବୋଲି ମାନିଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କେଉଁ କାଳରୁ ଏଠାରେ ଏକ ଲୋକଗୀତ "ମେରି ଇଷ୍ଟ ଦେବ ଜଗନ୍ନାଥ ତେରୀ ଜୟ ଜୟ କାରା" ରହିଛି । ଯାହା ପଛରେ ସ୍ବତନ୍ତ୍ର ବିଶ୍ବାସ ମଧ୍ୟ ରହିଛି । ଉତ୍ତରକାଶୀର ଜଗନ୍ନାଥ ମନ୍ଦିରକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆଣୁଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଏହି ଲୋକଗୀତ ସମ୍ପର୍କରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।  

ଏହା ବି ପଢନ୍ତୁ- ଉତ୍ତରକାଶୀ ଜଗନ୍ନାଥ ମନ୍ଦିର ହେବ ପର୍ଯ୍ୟଟନ ସ୍ଥଳୀ, ଉତ୍ତରାଖଣ୍ଡ ସିଏମଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ଏଠାକାର ଲୋକଙ୍କ ଯେକୌଣସି ଉତ୍ସବ କିମ୍ବା କାର୍ଯ୍ୟକ୍ରମ  ଏହି ଗୀତରୁ ଆରମ୍ଭ ହୁଏ ଓ ଶେଷ ହୁଏ । ଏହି ଗୀତ ବାଜିଲେ ଗାଁଟା ଯାକର ଲୋକେ ଏକାଠି ହୋଇ ନାଚିଥାନ୍ତି । ଏମିତି କି ଝିଅ ବିଦା କରିବା ସମୟରେ ମଧ୍ୟ ଏହି ଗୀତଟି ଗାଆନ୍ତି । ଗାଁରେ ଏକ ବିଶ୍ବାସ ଅଛି ଯେ ଜଗନ୍ନାଥ ଯାହା କହିବାକୁ ଚାହାନ୍ତି ତାହା "ଢୋଲ ଦେବତା"ଙ୍କ ମାଧ୍ୟମରେ କୁହନ୍ତି ଏବଂ ଢୋଲ ଦେବତାଙ୍କୁ ଆରାଧନା କଲା ପରେ ଢୋଲ ଦେବତା ତାଙ୍କର କହିବା କଥା ପୂଜାରୀ ମାଧ୍ୟମରେ ଗାଁ ଲୋକଙ୍କ ଜଣେଇଥାନ୍ତି ।  

ଏହା ବି ପଢନ୍ତୁ-ଜଗନ୍ନାଥ ମନ୍ଦିର ପୁନଃଉଦ୍ଧାର, ଉତ୍ତରକାଶୀରେ ପହଞ୍ଚିଲେ ସବ୍ୟସାଚୀ

ଢୋଲ ଦେବତା ଓଲିଉଡ ଅଭିନେତା ସବ୍ୟସାଚୀଙ୍କୁ ଜଗନ୍ନାଥଙ୍କ ଦୂତ ହିସାବରେ ଗାଁକୁ ପଠାଇଥିବା କହିଥିଲେ । ସବ୍ୟସାଚୀଙ୍କ ଗାଁର ଜ୍ବାଇଁ ଓ ପତ୍ନୀ ଅର୍ଚ୍ଚିତାଙ୍କୁ ଗାଁର ଝିଅ ବୋଲି କହିଥିଲେ । ଏଣୁ ଅର୍ଚ୍ଚିତା ଶାଶୁଘର ଫେରୁଥିବାରୁ ଆଜି ଗାଁରୁ ବିଦା ସମୟରେ ଗାଁ ଲୋକେ ଏହି ଗୀତ ବଜାଇଥିଲେ । ଝିଅକୁ ବିଦାଇ କରିବାର ଏକ ସୁନ୍ଦର ପରମ୍ପରା ଆରମ୍ଭ କରିଥିଲେ । ପରମ୍ପରା ଅନୁସାରେ ଅର୍ଚ୍ଚିତାଙ୍କୁ ନୂଆ ଶାଢ଼ୀ ଓ ଅନେକ ଆଶୀର୍ବାଦ ସାମଗ୍ରୀ ଦେଇ ଗାଁ ଲୋକେ ଏହି ଲୋକ ଗୀତରେ ନାଚିଥିଲେ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.