ୱେଡିଂ ରିସ୍ପେସନରେ ଝୁମିଲେ ରଣଦୀପ-ଲିନ, ଭିଡିଓ ଭାଇରାଲ

By ETV Bharat Odisha Team

Published : Dec 17, 2023, 2:23 PM IST

Updated : Dec 24, 2023, 10:27 AM IST

thumbnail

ହାଇଦ୍ରାବାଦ: ବଲିଉଡର ନବ ଦମ୍ପତି ରଣଦୀପ ହୁଡା ଏବଂ ଲିନ ଲୈସରମ ବର୍ତ୍ତମାନ ନିଜ ବୈବାହିତ ଜୀବନୀକୁ ବେଶ ଉପଭୋଗ କରୁଛନ୍ତି । ଏହି ଦମ୍ପତି ନଭେମ୍ବର ୨୯ରେ ମଣିପୁରରେ ମୈତେଇ ପାରମ୍ପରିକ ରୀତିନୀତିରେ ବିବାହ କରିଥିଲେ । ଏହା ପରେ ଉଭୟ ମୁମ୍ବାଇରେ ବଲିଉଡ୍‌ ସେଲିବ୍ରିଟିଙ୍କ ପାଇଁ ଗ୍ରାଣ୍ଡ ରିସ୍ପେସନ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ଅନେକ ଟିଭିଠାରୁ ଆରମ୍ଭ କରି ଅନେକ ବଲିଉଡ୍‌ ତାରକା ନଜର ଆସିଥିଲେ । ତେବେ ଏହି ସମୟରେ ରଣଦୀପ ଏବଂ ଲିନ୍‌ଙ୍କ ହାତ ଧରି ଗ୍ରାଣ୍ଡ ଏଣ୍ଟ୍ରି କରିବା ସହ ପରସ୍ପର ସହ କପଲ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି ।  

ରଣଦୀର ନିଜ ଇନଷ୍ଟାଗ୍ରାମରେ ନିଜ ୱେଡିଂ ରିସ୍ପେସନର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓର ପୃଷ୍ଠଭୂମିରେ ରଣଦୀପ ଏବଂ କାଜୋଲ ଅଗ୍ରୱାଲଙ୍କ ଅଭିନୀତ ଫିଲ୍ମ 'ଦୋ ଲଫଜୋ କି କାହାନୀ' ର ରୋମାଣ୍ଟିକ ଗୀତ 'କୁଛ ତୋ ହେ' ଶୁଣାଯାଉଛି । ଏହାକୁ ସେୟାର କରି ସେ ଲେଖିଛନ୍ତି, ଏପରି ସର୍ବଦା ନାଚୁଥିବେ ଏବଂ ହସୁଥିବେ । ଏହି ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ରଣଦୀପ ହୁଡା-ଲିନ ଲୈସରମଙ୍କ ବିବାହ ଭିଡିଓ

ସୂଚନା ଥାଉ କି, ଦୀର୍ଘ ୪ ବର୍ଷ ଡେଟ୍‌ ପରେ ଲିନ୍ ଲୈସରମ ରଣଦୀପ ହୁଡା ସାତ ଜନ୍ମର ସାଥୀ ହୋଇଛନ୍ତି । ୪୭ ବର୍ଷୀୟ ରଣଦୀପ ତାଙ୍କଠୁ ୧୦ ବର୍ଷ ସାନ ଲିନ୍ ଲୈସରମଙ୍କ ପ୍ରେମରେ ପଡ଼ିଥିଲେ । କିନ୍ତୁ ଏବେ ଉଭୟ ପତିପତ୍ନୀ ହୋଇଛନ୍ତି । ରଣଦୀପ ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ବେଳେ ୩୭ ବର୍ଷୀୟ ଲିନ୍‌ ମଧ୍ୟ ଜଣେ ମଡେଲ ଓ ଅଭିନେତ୍ରୀ । ୨୦୦୭ ମସିହାରେ ଲିନ୍‌ ପ୍ରଥମେ ଓମ୍‌ ଶାନ୍ତି ଓମ୍‌ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହାପରେ ସେ ମ୍ୟାରିକମ୍, ଉମ୍ରିକା, ରଙ୍ଗୁନ ଏବଂ ଜାନେ ଜାନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । 

Last Updated : Dec 24, 2023, 10:27 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.