ETV Bharat / state

ଆମ୍ବ ଟାକୁଆ ଖାଇବା ଘଟଣା; SCBରେ ୨ ଅସୁସ୍ଥଙ୍କୁ ଭେଟିଲା ବିଜେଡି ଟିମ୍‌, କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ - MANGO KERNEL TRAGEDY

ଦାରିଙ୍ଗବାଡି ଆମ୍ବ ଟାକୁଆ ଖାଇ SCBରେ ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ସେପଟେ ବିଜେଡି ପରେ ପରେ ଅସୁସ୍ଥଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

Mango Kernel Tragedy
Mango Kernel Tragedy (ETV Bharat Odisha)
author img

By ETV Bharat Odisha Team

Published : Nov 4, 2024, 9:33 PM IST

Updated : Nov 4, 2024, 10:41 PM IST

କଟକ: କନ୍ଧମାଳ, ଦାରିଙ୍ଗବାଡି ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାକୁ ନେଇ ତେଜୁଛି ରାଜନୀତି । ଏହି ଘଟଣାରେ ଗୁରୁତର ଭାବରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ୨ ଜଣଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ସେମାନଙ୍କୁ ଭେଟିବା ସହ ଅବସ୍ଥା ପଚାରି ବୁଝିଛନ୍ତି । ଏହାସହ ମୃତକଙ୍କୁ କ୍ଷତିପୁରଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି ବିଜେଡି । ସେପଟେ ବିଜେଡି ପରେ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଅସୁସ୍ଥମାନଙ୍କୁ ଭେଟିଛନ୍ତି ।

Mango Kernel Tragedy (ETV Bharat Odisha)

'ମୃତକମାନଙ୍କୁ କ୍ଷତିପୂରଣ ଦିଆଯାଉ'

ଆହତମାନଙ୍କୁ ଭେଟି ଚିକିତ୍ସା ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ସେ କହିଛନ୍ତି, "ଏହା ଏକ ସ୍ପର୍ଶକାତାର ଘଟଣା । ୮୦ ଓ ୯୦ ଦଶକରେ ଏଭଳି ଘଟଣା ଦେଖିବାକୁ ମିଳୁଥିଲା । ଦାରିଙ୍ଗବାଡି ଘଟଣା ଓଡ଼ିଶା ପାଇଁ ଲଜ୍ଜା । ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ନାହାନ୍ତି । କାରଣ ଖୋଜିବା ପାଇଁ ସରକାର ଟାସ୍କ ଫୋର୍ସ ମଧ୍ୟ ଗଠନ କଲେନାହିଁ । ପାରମ୍ପରିକ ଖାଦ୍ୟ କହି ସରକାର ଦୋଷ ଖସାଇ ପାରିବେ ନାହିଁ । PDS ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବା ଦରକାର । ମୃତକମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବା ଦରକାର ।"

Mango Kernel Tragedy
Mango Kernel Tragedy (ETV Bharat Odisha)

ରାଜ୍ୟ ସରକାରଙ୍କୁ ବିଜେଡିର ସମାଲୋଚନା:

ଆମ୍ୱ ଟାକୁଆ ଜାଉ ଖାଇ ୨ ମୃତ, ୬ ଗୁରୁତର ଘଟଣା । ଘଟଣାକୁ ରାଜନୈତିକ ପ୍ରସଙ୍ଗ କରିଛି ବିଜେଡି । ଘଟଣା ପୂର୍ବରୁ ମାଣ୍ଡିପଙ୍କା ଗାଁରେ ରାସନ ବଣ୍ଟନ ହୋଇନଥିଲା ବୋଲି ଅଭିଯୋଗ କରିଛି ବିଜେଡି । ସରକାର ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସମସ୍ୟାକୁ ଜଟିଳ କରିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସଞ୍ଜୟ ଦାବି କରିଛି ।

ଘଟଣାକୁ ଗୁରୁତ୍ବ ସହ ନେଉ ନାହାନ୍ତି ସରକାର!:

ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, "ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ, ରାଜ୍ୟରେ ରାସନ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବ୍ୟତୀତ ରାଜ୍ୟରେ ନବୀନ ସରକାରଙ୍କ ଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇଛି । ଯାହା ମାଧ୍ୟମରେ ଅଧିକ ୫୦ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ପ୍ରତି ମାସ ପ୍ରଦାନ କରାଯାଉଛି । ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ, ତିନି ମାସର ରାସନ ବଣ୍ଟନ ପାଇଁ ୨୭ ସେପ୍ଟେମ୍ୱର ଦିନ ଅର୍ଡର ବାହାରି ଥିଲା । ଯାହା ୫୦ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷ ହେବା କଥା । କିନ୍ତୁ ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାଣ୍ଡିପଙ୍କାରେ ରାସନ ବଣ୍ଟନ କରାଯାଇ ନଥିଲା । ଘଟଣା ପରେ ତରବରିଆ ଭାବେ ୨ ନଭେମ୍ୱର ଦିନ ରାସନ ବଣ୍ଟନ କରାଯାଇଥିଲା । ରାସନ ବଣ୍ଟନ ହୋଇପାରି ନଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି । ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ ।"

'ଯୋଗାଣ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ':

ସେ ଆହୁରି ମଧ୍ୟ କହିଛନ୍ତି, "ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମ୍ୱ ଟାକୁଆ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି । ସେହିପରି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଆମ୍ୱଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି । ଏହି ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଥିଲା ବୋଲି ମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ।"

'ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ସରକାର'

ଅନ୍ୟପଟେ ରାଜ୍ୟ ସ୍ୱସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ SCBରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ସ୍ୱସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, "ରାଜ୍ୟ ସରକାର ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ୨ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତର ଟିମ କରାଯାଇଛି । ମୃତକଙ୍କ ପରିବାରକୁ ଖୁବଶୀଘ୍ର କ୍ଷତିପୂରଣ ମିଳିବ ।" ଏହାସହ ବିଜେଡିର ପ୍ରତିକ୍ରିୟା ଉପରେ କୋୖଣସି ପ୍ରତିକ୍ରିୟା ଦେବାକୁ ନାପସନ୍ଦ କରିଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା, ପୂର୍ବ ସରକାରକୁ ଦାୟୀ କଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ

୨ ଅସୁସ୍ଥଙ୍କ କିପରି ଅଛି ସ୍ବାସ୍ଥ୍ୟବସ୍ଥା:

ଆମ୍ବ ଟାକୁଆ ଖାଇ କଟକ ଏସିବି ICUରେ ଚିକିତ୍ସିତ, ଟୁନି ମାଝୀ ଓ ଜିତା ମାଝୀଙ୍କ ଅବସ୍ଥା ଏବେବି ଗୁରୁତର ଅଛି । ଉଭୟଙ୍କ ଶରୀରର ବିଭିନ୍ନ ଅଙ୍ଗ କାର୍ଯ୍ୟ କରୁନାହିଁ । ମୁଖ୍ୟତଃ ଲିଭର, କିଡନୀ ଓ ମସ୍ତିଷ୍କ ଠିକ ଭାବେ କାର୍ଯ୍ୟ କରୁନଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଟୁନି ମାଝୀଙ୍କ ପେଟ ଓ ଛାତିରେ ପାଣି ଜମିଛି । ଜିତା ମାଝୀଙ୍କ ଲିଭର ଠିକ ଭାବରେ କାମ କରୁ ନଥିବାରୁ ମସ୍ତିଷ୍କ ପ୍ରଭାବିତ ହୋଇଛି । ଆଖିରେ ରକ୍ତ ଜମାଟ ହୋଇଛି । କେବଳ ଜ୍ୱର କମିଥିବାବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ପରୀକ୍ଷା ନିରୀକ୍ଷା ଏସସିବି ପକ୍ଷରୁ କରାଯାଉଅଛି । ମେଡ଼ିସିନ, ହେପଟୋଲୋଜି, କ୍ରିଟିକାଲ କେୟାର ଡାକ୍ତର ଉଭୟଙ୍କ ଚିକିତ୍ସା କରୁଛନ୍ତି ।

ଇଟିଭି ଭାରତ, କଟକ

Last Updated : Nov 4, 2024, 10:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.