ଭୋଟ ଦେଲେ ସାଉଥ୍ ସେଲିବ୍ରିଟି, ଲୋକଙ୍କୁ ବି କଲେ ଅପିଲ୍

By ETV Bharat Odisha Team

Published : Nov 30, 2023, 3:15 PM IST

thumbnail

ହାଇଦ୍ରାବାଦ: ଆଜି ଭୋଟ୍ ଦେଉଛି ତେଲେଙ୍ଗାନା । ରାଜ୍ୟର ୧୧୯ ଆସନରେ ମତଦାନ ହେଉଥିବା ବେଳେ ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପୁରା ରାଜ୍ୟର ଲୋକ ଭୋଟ ଦେଉଛନ୍ତି । ଏହି ସମୟରେ ସାଉଥ ସେଲିବ୍ରିଟିମାନେ ମଧ୍ୟ ଭୋଟ ଦେଇଛନ୍ତି । ଧାଡିରେ ଲୋକଙ୍କ ସହ ସାମିଲ ହୋଇ ମତଦାନ କରିଛନ୍ତି ତାରକା । ସାଉଥ ଅଭିନେତା ନାନୀ ଗଚିବୋଲିର ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି । ସେହିପରି ଅଭିନେତା ତଥା ନିର୍ମାତା ନାଗାର୍ଜୁନ ଏବଂ ତାଙ୍କ ପତ୍ନୀ ଅମାଲା ଅକ୍କିନେନି ଏବଂ ପୁଅ ନାଗା ଚୈତନ୍ୟଙ୍କ ସହ ହାଇଦ୍ରାବାଦର ଜୁବୁଲି ହିଲ୍ସର ସରକାରୀ ୱାର୍କିଂ ମହିଳା ହଷ୍ଟେଲରେ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି । ସେହିପରି ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ଅଭିନେତା ବିଜୟ ଦେବରକୋଣ୍ଡା ମଧ୍ୟ ହାଇଦ୍ରାବାଦର ଜୁବୁଲି ହିଲ୍ସ ପବ୍ଲିକ୍ ସ୍କୁଲରେ ପହଞ୍ଚି ମତଦାନ କରିଛନ୍ତି । ହାଇଦ୍ରାବାଦର ଫିଲ୍ମ ନଗର ସାଂସ୍କୃତିକ କେନ୍ଦ୍ର ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ଅଭିନେତା ଜଗପତି ବାବୁ । ସେପଟେ ଅଭିନେତା ମନୋଜ ମଞ୍ଚୁ ଭୋଟ୍ ଦେବା ସହ ଭୋଟରଙ୍କୁ ମଧ୍ୟ ମତଦାନ କରିବାକୁ ଅପିଲ କରିଛନ୍ତି । ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି, 'ଭୋଟ୍ ଦେବା ଆମର ଅଧିକାର ଏବଂ ଦାୟିତ୍ବ ଅଟେ । ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ସୋମାନେ ବି ଆସି ଭୋଟ ଦିଅନ୍ତୁ।" 

 ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନା ନିର୍ବାଚନ, ଧାଡିରେ ରହି ଭୋଟ ଦେଲେ ଅଲ୍ଲୁ ଅର୍ଜୁନ-ଏନଟିଆର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.