Israel-Hamas War: ଯୁଦ୍ଧକୁ ନେଇ ଭାବୁକ ହେଲେ ଇସ୍ରାଏଲ୍ ଅଭିନେତ୍ରୀ ରୋନା ଲି

By ETV Bharat Odisha Team

Published : Oct 16, 2023, 5:51 PM IST

thumbnail

ହାଇଦ୍ରାବାଦ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଇସ୍ରାଏଲ୍ ଅଭିନେତ୍ରୀ ରୋନା ଲି ଶିମନ୍ ଭାବବିହ୍ବଳ ହୋଇଛନ୍ତି । ଘଟଣା ନେଇ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଇସ୍ରାଏଲର ସମର୍ଥନରେ ଆସିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ଇସ୍ରାଏଲରୁ ସମସ୍ତ ବନ୍ଧକ ନାଗରିକଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟକୁ ସେ ସମର୍ଥନ କରୁଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ଆମେ ସମସ୍ତ ପ୍ରକାର ପ୍ରୟାସ କରୁଛୁ । ସେପ୍ଟେମ୍ବର 7ରେ ହୋଇଥିବା ଆକ୍ରମଣକୁ ମନେ ପକାଇ ଅଭିନେତ୍ରୀ କହିଥିଲେ ଯେ ଆଠ ଦିନ ପୂର୍ବରୁ ଯାହା ଘଟିଥିଲା ​​ତାହା ଏକ ଭୟଙ୍କର ଅତ୍ୟାଚାର । ଯଦି ଆପଣ ଆମ ସହ ଛିଡା ହୋଇଛନ୍ତି ତେବେ ଏହା ଆମ ପାଇଁ ଏକ ବଡ଼ କଥା ।  

ଏଥିସହ ସେ ଧର୍ମକୁ ନେଇ କହିଛନ୍ତି, 'ଧର୍ମ ଏକ ସୁନ୍ଦର ଜିନିଷ । ଯଦି ତୁମେ ଏହାକୁ ସୁନ୍ଦର କରିବ, ଧର୍ମ ଏକ ସୁନ୍ଦର ଜିନିଷ ଅଟେ।' ଧର୍ମକୁ ଭଳ କି ଖରାପ ଉପାୟରେ ବ୍ୟବହାର କରିବା ତାହା ମାନବିକ ପସନ୍ଦ । କିଛି ଲୋକ ଧର୍ମର ଖରାପ ବ୍ୟବହାର କରନ୍ତି । ଅକ୍ଟୋବର 7ରେ ଯାହା ଘଟିଛି ତାହା ଦର୍ଶାଉଛି ଯେ ହମାସ୍ ଆଇଏସ୍ ଏବଂ ସେମାନେ ବନ୍ଦ କରିବେ ନାହିଁ । ସେପଟେ ଅଭିନେତ୍ରୀ ଭାରତର ପ୍ରଶଂସା କରି କହିଛନ୍ତି ଯେ ସେ ଭାରତ ଭଳି ଜଣେ ମହାନ ସହଯୋଗୀଙ୍କୁ ସର୍ବଦା କୃତଜ୍ଞ ରହିବେ । ମୁଁ ଭାରତର ଲୋକଙ୍କୁ ବହୁତ ପସନ୍ଦ କରେ । ମୁଁ ବୁଝିପାରୁଛି ଆପଣ କାହିଁକି ଅକ୍ଟୋବର 7 ରେ ହିଂସାକୁ ନିନ୍ଦା କରିଛନ୍ତି ? ମୁଁ କମ୍ କିଛି ଆଶା କରିବି ନାହିଁ । ଆମ ସହ ଛିଡା ହୋଇଛନ୍ତି  ଏହା ଆମ ପାଇଁ ବଡ଼ କଥା ।  

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବଖାଣିଲେ ନୁସରତ, ଭାରତ ସରକାରଙ୍କୁ ଦେଲେ ଧନ୍ୟବାଦ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.