ବିଶ୍ୱକପ ଜିତିବାକୁ ଅନେକ ଜିନିଷ ଠିକ କରିବାକୁ ହେବ କହିଲେ ରୋହିତ

🎬 Watch Now: Feature Video

thumbnail
ହାଇଦ୍ରାବାଦ: ଭାରତ ଶେଷ ଥର ପାଇଁ ୨୦୧୧ ମସିହାରେ ବିଶ୍ବକପ ଜିତି ଥିଲା । ତେଣୁ ଅଧିନାୟକ ରୋହିତ ଶର୍ମାଙ୍କୁ ଜଣା ଅଛି କି ଅଷ୍ଟ୍ରେଲିଆରେ ବିଶ୍ବକପ ହାତେଇବା ପାଇଁ ତାଙ୍କୁ ବହୁତ କିଛି କରିବାକୁ ପଡିବ । ତେବେ ୨୦୧୩ ମସିହାରେ ଭାରତ ଆଇସିସି ଟ୍ରଫି ହାତେଇଥିଲା ଯେତେବେଳେ ଭାରତ ଚମ୍ପିଆନ୍ସ ଟ୍ରଫି ଜିତି ଥିଲା । "ଯଦି ବ୍ୟକ୍ତି ମ୍ୟାଚ ପାଇଁ ନିଜକୁ ଶାନ୍ତ ଏବଂ ଅତ୍ମନିୟନ୍ତ୍ରଣରେ ରଖିପାରିବ ତାହେଲେ ଆମକୁ ସେ ପରିଣାମ ମିଳିବ ଯାହାକୁ ଆମେ ଖୋଜୁଛେ । ଆମକୁ ବିଶ୍ବକପ ଜିତିବାର ବହୁତ ସମୟ ବିତି ଗଲାଣି । ଏବେ ଆମକୁ ପ୍ରେରଣାର ସହିତ ବିଶ୍ବକପ ଜିତିବାକୁ ହେବ । ସେଥିପାଇଁ ଆମକୁ ବହୁତ କିଛି କରିବାକୁ ପଡିବ । ଯାହା ବିପକ୍ଷରେ ଆମେ ଖେଳିବାକୁ ଯାଉଛୁ ସେଥିପାଇଁ ଆମକୁ ଗୋଟିଏ ସମୟରେ ଗୋଟିଏ ପାଦ ଆଗକୁ ବଢାଇବା ସହିତ ପ୍ରତ୍ୟେକ ଟିମ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ ହେଲେ ସେମି ଓ ଫାଇନାଲକୁ ନେଇ ଅଧିକ ବିବ୍ରତ ହେବୁ ନାହଁ " ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.