thumbnail

By ETV Bharat Odisha Team

Published : Nov 9, 2023, 3:09 PM IST

ETV Bharat / Videos

ଝିଅ ରାଶାଙ୍କ ସହ ଋଷିକେଶରେ ରବିନା, ଗଙ୍ଗା ଆଳତୀରେ ହେଲେ ସାମିଲ

ଋଷିକେଶ(ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ଋଷିକେଶରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ । ଗୁରୁବାର ସକାଳେ ପରମାର୍ଥ ନିକେତନ ଘାଟରେ ପୁରୋହିତମାନଙ୍କ ମଧ୍ୟରେ ଭଜନ ସହ ଗଙ୍ଗା ଆଳତୀ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ରବିନା ଟଣ୍ଡନ୍ ପାରମର୍ଥ ନିକେତନ ଅଧ୍ୟକ୍ଷ ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କୁ ଭେଟି ଆଶୀର୍ବାଦ ମଧ୍ୟ ନେଇଛନ୍ତି । ସ୍ବାମୀ ଚିଦାନନ୍ଦ ସରସ୍ବତୀ ଅଭିନେତ୍ରୀଙ୍କୁ ଏକ ରୁଦ୍ରାକ୍ଷ ଗଛ ଉପହାର ଦେଇ ପରିବେଶ ସୁରକ୍ଷା ବାର୍ତ୍ତା ବିସ୍ତାର କରିବାକୁ ପ୍ରେରଣା ଦେଇଥିଲେ । ରବିନା ନିଜ ଝିଅ ରାଶା ଥଡାନୀଙ୍କ ସହ ଏଠାରେ ଯୋଗ ଦେଇଥିଲେ । ରବିନା ଲାଲ ଏବଂ କ୍ରିମ ରଙ୍ଗର ସାଲୱାର ସୁଟରେ ନଜର ଆସିଥିଲେ ଏବଂ ଝିଅ ରାଶା ବ୍ଲାକ ଆଉଟଫିଟ ସହ ହ୍ବାଇଟ ଜ୍ୟାକେଟରେ ଖୁବ ସୁନ୍ଦର ଦେଖାଯାଉଥିଲେ ।  

ଏହି ସମୟରେ ଅଭିନେତ୍ରୀ ରବିନା ଟଣ୍ଡନ କହିଛନ୍ତି ଯେ ଗଙ୍ଗା ଏବଂ ପରମାର୍ଥ ନିକେତନ କୂଳକୁ ଆସି ଆମର ଉତ୍ତରାଖଣ୍ଡ ଯାତ୍ରା ଶେଷ ହୋଇଛି । ସ୍ବାମୀ ଚିଦାନନ୍ଦଙ୍କ ଆଶୀର୍ବାଦ ଏବଂ ଆଶୀର୍ବାଦ ସ୍ବରୂପ ତାଙ୍କର ରୁଦ୍ରାକ୍ଷ ଗଛ ମୋତେ ସର୍ବଦା ଏହି ଯାତ୍ରା ବିଷୟରେ ମନେ ପକାଇବ । ବାସ୍ତବରେ, ପରମାର୍ଥ ନିକେତନ ଜନଜାଗରଣର ଏକ ଚମତ୍କାର କେନ୍ଦ୍ର, ଯେଉଁଠାରେ ଆଳତୀ ପରେ ପ୍ରତିଦିନ ଜାତୀୟ ସଂଗୀତ ବଜାଯାଏ । ଏସବୁ ଦେଖି ମୋତେ ଚାଣକ୍ୟଙ୍କ ମନେ ପଡିଗଲା । ଯିଏ ଏକ ମହାନ ରାଜ୍ୟ ତଥା ମହାନ ରାଜା ପ୍ରତିଷ୍ଠା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏହିପରି ମିଳନ କ୍ୱଚିତ୍ ଦେଖିବାକୁ ମିଳିଥାଏ । 

ଏହା ମଧ୍ୟ ପଢନ୍ତୁ: ଝିଅ ରାଶାଙ୍କ ସହ ଫଟୋ ସେୟାର କଲେ ରବୀନା, ଫ୍ୟାନ୍ସ କଲେ ପ୍ରଶଂସା

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରବୀନାଙ୍କୁ ସଞ୍ଜୟ ଦତ୍ତ, ପାର୍ଥ ସମଥନ ଏବଂ ଖୁଶାଲି କୁମାରଙ୍କ ସହ ଆଗାମୀ ରୋମାଣ୍ଟିକ-କମେଡି ଚଳଚ୍ଚିତ୍ର ଘୁଡଚଡିରେ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ, ତାଙ୍କ ଝିଅ ରାଶା ଅମନ ଦେବଗନଙ୍କ ସହ ଅଭିଷେକ କପୁରଙ୍କ ଆଖ୍ୟାବିହୀନ ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରିବେ । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଫେବୃଆରୀ 9 ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.