thumbnail

By

Published : Mar 10, 2022, 8:36 AM IST

Updated : Feb 3, 2023, 8:19 PM IST

ETV Bharat / Videos

ଗାଁ ଭିତରକୁ ପଶିଆସିଲା ଦନ୍ତା, ଆତଙ୍କିତ ଲୋକେ

ବାଲେଶ୍ଵର: ରେମୁଣା ବ୍ଲକ ଦୁର୍ଗାଦେବୀ ପଞ୍ଚାୟତ କୁଆଳହାତୀ ଓ ଚାନ୍ଦ କୁନ୍ଦିଆ ଗ୍ରାମରେ ହାତୀ ଆତଙ୍କ । ଲୋକମାନେ ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀଟି ଦୁର୍ଗାଦେବୀ ବଜାର ଭିତରକୁ ପଶି ଯାଇଥିଲା । ଦୀର୍ଘ ସମୟଧରି ହାତୀଟି ବଜାର ଭିତରେ ଆତଙ୍କ ରଚିଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। ହାତୀଟି ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ କୁଆଳହାତୀ ଗ୍ରାମର କିଛି ଘର ଭାଙ୍ଗିବା ସହିତ ବହୁ ମୂଲ୍ୟବାନ ଗଛ ସବୁ ଭାଙ୍ଗି ନଷ୍ଟ କରି ଦେଇଥିବା ଜଣାପଡିଛି । ହାତୀଟି ଜଙ୍ଗଲ ଭିତରକୁ ପଳେଇ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବର ପାଇ ହାତୀର ଗତିବିଧି ଉପରେ ନଜର ରଖିଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.