ଲାଞ୍ଚ ନେଇ ଫସିଲେ ଅତିରିକ୍ତ ତହସିଲଦାର - 30ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10299453-thumbnail-3x2-vigilance.jpg)
ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଜିଲ୍ଲାର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ । ପଥର ବୋଝେଇ ଟ୍ରକକୁ ଛାଡିବା ପାଇଁ 30ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ । ସୂଚନାଅନୁସାରେ, ଢେଙ୍କାନାଳ ତହସିଲ ଅନ୍ତର୍ଗତ ସଦେଇବେରେଣିରେ ବେଆଇନ ପଥର ଖାଦାନରୁ ଏକ ପଥର ବୋଝେଇ ଟ୍ରକକୁ ଛାଡ଼ି ଦେବା ପାଇଁ ଗ୍ରାମର ଦିଲୀପ ସେନାପତିଙ୍କ ଠାରୁ ୫୦ହଜାର ଟଙ୍କା ଦାବି କରିଥିଲେ । ମାତ୍ର ୩୦ହଜାର ଟଙ୍କାର ମୂଲ ଚାଲ ହୋଇଥିଲା । ଏ ସମ୍ପର୍କରେ ଦିଲୀପ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଫଳରେ ଆଜି ଯୋଜନା ମୁତାବକ ଏହି ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଲକ୍ଷ୍ମଣ ଦଳେଇଙ୍କୁ କାବୁ କରିଛି । ଏହା ସହିତ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।