Municipal Election: ପ୍ରଚାର ମଇଦାନରେ ତାରା, କମ୍ପୁଛି କୋରାପୁଟ - ତାରାପ୍ରସାଦ ବାହିନୀପତିଙ୍କ ନିର୍ବାଚନ ପ୍ରଚାର
🎬 Watch Now: Feature Video
କୋରାପୁଟ: କୋରାପୁଟ ଜିଲ୍ଲାରେ ଚାଲିଛି ଜୋରସୋର ପୌର ନିିର୍ବାଚନ ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଚାଲିଛି ନିର୍ବାଚନ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ସାଥୀରେ ଯାଇ ପ୍ରଚାର କରୁଛନ୍ତି ଦଳୀୟ ହେବିୱେଟ । ତେବେ ଗତକାଲି ସୁନାବେଡ଼ା ଓ ସେମିଳିଗୁଡାରେ ବିଜେଡି ପାଇଁ ଅଭିନେତା ଅରିନ୍ଦମ ଏବଂ ବିଜେପି ପାଇଁ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରିଥିଲେ । ଆଜି କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି । ଏପଟେ ବିଜେଡି ଓ ବିଜେପିର ଅର୍ଥବଳ ଏବଂ ବାହୁବଳକୁ ପ୍ରତ୍ୟାଖ୍ୟାନ କରି ଏକ ଦୁର୍ନୀତି ମୁକ୍ତ ପୌର ପରିଷଦ ଗଠନ କରିବା ପାଇଁ ତାରା ବାହିନୀପତି ଆହ୍ଵାନ ଦେଇଛନ୍ତି ।
କୋରାପୁଟ ସିଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Feb 3, 2023, 8:20 PM IST