ସାମାଜିକ ଦୂରତା ବଜାୟ ରଖି କ୍ବାରେଣ୍ଟାଇନ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି ଅନ୍ତେବାସୀ, ଦେଖନ୍ତୁ ଭିଡିଓ...
🎬 Watch Now: Feature Video
ବ୍ରହ୍ମପୁର: ବିଭିନ୍ନ ପୋଡଶୀ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ଆଉ ଏହାର ଅବଧିକୁ 14 ଦିନରୁ 28 ଦିନକୁ ବୃଦ୍ଧି କରାଯାଇଛି । ଯେଉଁଥିରେ 21 ଦିନ ସରକାରୀ କ୍ବାରେଣ୍ଟାଇନରେ ଜଣେ ରହିବାକୁ ଥିବାବେଳେ 7 ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ତେବେ ଏହି ସମୟରେ ବ୍ୟସ୍ତ ବିବ୍ରତ ନହେବା ପାଇଁ ସେଠାରେ ବିଭିନ୍ନ କାର୍ଯ୍ୟ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ଆହ୍ବାନ କରାଯାଇଛି । ଆଉ ଏହି ସମୟରେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ନୂଆପଡା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଅନ୍ତେବାସୀ ମାନଙ୍କ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଲୋକମାନେ ସାମାଜିକ ଦୂରତା ବଜାୟ ରଖି ବିଭିନ୍ନ କାମ କରୁଥିବା ଦେଖିବାକୁ ମିଳିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ