ବିଏମସି ପାଇଁ ବିପଦରେ ଜୀବନ, ୟୁନିଟ 1 ହାଟ ହେଉନାହିଁ ସାନିଟାଇଜ - ଭୁବନେଶ୍ବର
🎬 Watch Now: Feature Video
ଭୁବନେଶ୍ବର: ବର୍ତ୍ତମାନ କୋରୋନା ହଟସ୍ପଟ ପାଲଟିଲାଣି ରାଜଧାନୀ। ଦିନକୁ ପ୍ରାୟ150ରୁ ଉର୍ଦ୍ଧ୍ବ କେସ୍ ସାମ୍ନାକୁ ଆସୁଛି । ତଥାପି ବେପରୁଆ ନୀତି ଅପାଣାଉଛି ବିଏମସି । ଦୈନିକ ହଜାର ହଜାର ସଂଖ୍ୟାରେ ପନିପରିବା କିଣିବାକୁ ଆସୁଥିବା 1ନଂ ହାଟକୁ ପ୍ରଶାସନ ପକ୍ଷରୁ କରାଯାଉ ନାହିଁ ସାନିଟାଇଜ । ଫଳରେ ଉଭୟ ବେପାରୀ ଓ ଗ୍ରାହକଙ୍କ ମନରେ ରହୁଛି ସଂକ୍ରମଣର ଭୟ । ଏ ହେଉଛି ରାଜଧାନୀ ଭୁବନେଶ୍ବରର ସବୁଠୁ ବଡ ପନିପରିବା ହାଟ। ଏହି 1ନଂ ହାଟକୁ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ପନିପରିବା କିଣିବାକୁ ଆସିଥାନ୍ତି । ତେବେ କୋରୋନା ମହାମାରୀ ସମୟରେ ୟୁନିଟ ୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପଡିଆରେ ବସୁଛି ହାଟ। ପୂର୍ବ ଭଳି ଏଠାକୁ ମାଳମାଳ ଲୋକେ ଆସୁଛନ୍ତି । କିନ୍ତୁ ଏଠାରେ ନା ହେଉଛି ଥର୍ମାଲ ଚେକିଂ, ନା ଲୋକେ ମାନୁଛନ୍ତି ସାମାଜିକ ଦୂରତା । ସବୁଠାରୁ ବିଡମ୍ବନାର କଥା ପ୍ରଶାସନ ପକ୍ଷରୁ ଏହି ହାଟକୁ ବିଶୋଧନ କରାଯାଉ ନାହିଁ । ଫଳରେ ଉଭୟ ବେପାରୀ ଓ ଗ୍ରାହକଙ୍କ ମନରେ ରହୁଛି ସଂକ୍ରମଣର ଭୟ ।