ଶ୍ରୀମନ୍ଦିର ସେବାୟତଙ୍କୁ ମନ୍ଦିର ପ୍ରଶାସନ ଦେବ 5 ହଜାର ଆର୍ଥିକ ସହାୟତା
🎬 Watch Now: Feature Video
ପୁରୀ: କୋରୋନା କଟକଣା ଓ ଲକ ଡାଉନ ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । ଏଥି ଯୋଗୁ ଶ୍ରୀମନ୍ଦିରରେ ସେବାୟତମାନେ ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇଛନ୍ତି । ଭକ୍ତ ନଥିବାରୁ ରୋଜଗାର ହରାଇ ପରିବାର ପ୍ରତିପୋଷଣ କରିପାରୁ ନାହାଁନ୍ତି ଅନେକ ସେବାୟତ। ତେବେ ଶ୍ରୀମନ୍ଦିର ସେବାୟତଙ୍କୁ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ 5 ହଜାର ଟଙ୍କା ସହାୟତା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର।