ETV Bharat / technology

ରେଞ୍ଜ 682କିମି, 7 ଏୟାର ବ୍ୟାଗ୍‌; ଆସିଗଲା ମହିନ୍ଦ୍ରାର ପାୱାରଫୁଲ ଇଲେକଟ୍ରିକ SUV - MAHINDRA BE 6E LAUNCH

ମହିନ୍ଦ୍ରା ନିଜର ନୂଆ BE ସବ୍‌-ବ୍ରାଣ୍ଡ୍‌ର ପ୍ରଥମ SUV 2025 BE 6e ଲଞ୍ଚ କରିଛି । ଏହାର ରେଞ୍ଜ 682କିମି ରହିଛି । ସୁରକ୍ଷା ପାଇଁ ଏଥିରେ 7ଟି ଏୟାରବ୍ୟାଗ ରହିଛି ।

Mahindra BE 6e and XEV 9e launched
Mahindra BE 6e and XEV 9e launched (Credit- Mahindra Group)
author img

By ETV Bharat Tech Team

Published : Nov 27, 2024, 1:00 PM IST

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ ମହିନ୍ଦ୍ରା (Mahindra) ନିଜର ନୂଆ BE ସବ୍‌-ବ୍ରାଣ୍ଡର ପ୍ରଥମ ବୈଦ୍ୟୁତିକ ଏସୟୁଭି 2025 ବିଇ 6ଇ (SUV 2025 BE 6e) ଲଞ୍ଚ କରିଛି । ଏହି ନୂଆ ଇଲେକ୍‌ଟ୍ରିକ୍‌ SUVକୁ ଚେନ୍ନାଇର ଅନଲିମିଟେଡ ଇଣ୍ଡିଆ ଗ୍ଲୋବାଲ ସମିଟରେ ଲଞ୍ଚ କରାଯାଇଛି । ଏହାସହିତ କମ୍ପାନୀ XEV 9e SUVକୁ ମଧ୍ୟ ଲଞ୍ଚ କରିଛି । ମହିନ୍ଦ୍ରାର 2ଟି ଫ୍ଲାଗସିପ୍‌ କାରରେ କଣ ଖାସ ଓ ଦାମ କେତେ ଜାଣନ୍ତୁ ।

Mahindra BE 6e and XEV 9e launched
Mahindra BE 6e and XEV 9e launched (Credit- Mahindra Group)

Mahindra XEV 9e And BE 6e: ଡିଜାଇନ

ମହିନ୍ଦ୍ରା ଏହି ଦୁଇଟି ଏସୟୁଭି INGLO ଇଲେକଟ୍ରିକ୍ ଅରିଜିନ୍ ସ୍ଥାପତ୍ୟ ଉପରେ ନିର୍ମିତ କରିଛି । XEV 9eର ଲମ୍ବ 4,789 ମିମି ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ହେଉଛି 207 ମିମି । ମହିନ୍ଦ୍ରାର ଏହି ଫ୍ଲାଗସିପ୍ ଏସୟୁଭିର ଫ୍ରଣ୍ଟ ସ୍ପେଶ 195 ଲିଟର ଏବଂ ବୁଟ୍ ସ୍ପେସ୍ 663 ଲିଟର । ସେପଟେ BE 6e ର ଲମ୍ବ 4,371 ମିଲିମିଟର ଏବଂ 455 ଲିଟର ବୁଟ୍ ସ୍ପେସ୍ ସହିତ ଆଗ ଟ୍ରଙ୍କରେ 45 ଲିଟର ସ୍ପେସ୍ ଅଛି । ମହିନ୍ଦ୍ରା XEV 9Eରେ ଏକ ସୁନ୍ଦର ଏରୋଡାଇନାମିକ୍ କ୍ୟାପ୍ SUV ଡିଜାଇନ ଅଛି । ଏହା ଏକ ବୋଲ୍ଡ ଟ୍ରାଏଙ୍ଗୁଲାର ହେଡଲ୍ୟାମ୍ପ ସେଟଅପ୍, ଏଲଇଡି ଲାଇଟ୍ ବାର୍ ଏବଂ 19-ଇଞ୍ଚ ହ୍ବିଲ ସହ ଆସିଛି । BE 6Eରେ ଇଣ୍ଟିଗ୍ରେଟେଡ୍ ଇନଭର୍ଟେଡ L ଆକୃତିର DRL, 20-ଇଞ୍ଚର ଆଲଏ ଚକ ସହିତ ଦିଆଯାଇଛି ।

ଏହା ବି ପଢନ୍ତୁ
  1. Ola ଲଞ୍ଚ କଲା 2 ନୂଆ ଇଲେକ୍‌ଟ୍ରିକ ସ୍କୁଟର; ଦାମ ବହୁତ କମ୍‌
  2. LA ଅଟୋ ଶୋ': ବିଶ୍ବ ସ୍ତରରେ ଡେବ୍ୟୁ କଲା Hyundai ଓ Kiaର ଇଲେକ୍‌ଟ୍ରିକ୍‌ କାର

ନୂଆ SUVର ଦାମ କେତେ ?

ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାଙ୍କ ବ୍ରାଣ୍ଡର ନୂତନ ଫ୍ଲାଗସିପ୍ ଇଲେକଟ୍ରିକ୍ ଏସୟୁଭିର ଦାମ ବିଷୟରେ କହିବାକୁ ଗଲେ, BE 6eର ଏକ୍ସ ଶୋ’ରୁମ୍ ମୂଲ୍ୟ 18.90 ଲକ୍ଷ ଏବଂ XEV 9eର ଏକ୍ସ-ଶୋ’ରୁମ୍ ମୂଲ୍ୟ 21.90 ଲକ୍ଷରୁ ଆରମ୍ଭ ହେଉଛି । ଉଭୟ ଇଲେକ୍‌ଟ୍ରିକ ଏସୟୁଭିର ବିତରଣ ଫେବୃଆରୀ 2025ରୁ ଆରମ୍ଭ ହେବ ।

Mahindra XEV 9e And BE 6e: ବ୍ୟାଟେରୀ ଓ ରେଞ୍ଜ

ମହିନ୍ଦ୍ରାର ବ୍ରାଣ୍ଡ୍ ନ୍ୟୁ ଇଲେକ୍ଟ୍ରିକ୍ SUVs XEV 9e ଏବଂ BE 6e ଯଥାକ୍ରମେ 59 kWh ଏବଂ 79 kWh ପର୍ଯ୍ୟନ୍ତ ବ୍ୟାଟେରୀ ପ୍ୟାକ୍ ଅପସନ ସହିତ ଆସିଛି । ଏଥିରେ LFP କେମେଷ୍ଟ୍ରି ସହିତ ବ୍ୟାଟେରୀ ଅଛି ଏବଂ ଅଲଟ୍ରା ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିଛି ଯାହାକି 175 କିଲୋୱାଟ ଚାର୍ଜର ସାହାଯ୍ୟରେ ମାତ୍ର 20 ମିନିଟରେ 20ରୁ 80 ପ୍ରତିଶତ ଚାର୍ଜ ହୋଇପାରିବ ।

ସେହିପରି ପାୱାର ଓ ରେଞ୍ଜ ବିଷୟରେ କହିବାକୁ ଗଲେ, ମହିନ୍ଦ୍ରା XEV 9E ଏବଂ BE 6Eର 59kWh ବ୍ୟାଟେରୀ ପ୍ୟାକ୍ 231 HPର ଶକ୍ତି ଉତ୍ପାଦନ କରେ । ସେପଟେ 79 kWh ବ୍ୟାଟେରୀ ପ୍ୟାକ୍ 286 HPର ଶକ୍ତି ଏବଂ 380 ନ୍ୟୁଟନ୍ ମିଟରର ପିକ୍‌ ଟର୍କ ସୃଷ୍ଟି କରେ । ଏହି ଉଭୟ SUVଗୁଡିକ ମାତ୍ର 6.7 ସେକେଣ୍ଡରେ 0-100 କିଲୋମିଟରରୁ ସ୍ପିଡରେ ଚଲାଇପାରିବେ । ରେଞ୍ଜ ବିଷୟରେ କହିବାକୁ ଗଲେ, ମହିନ୍ଦ୍ରା BE 6Eର ଥରେ ଚାର୍ଜ କଲେ 682 କିଲୋମିଟର ଏବଂ XEV 9Eର ଥରେ ଚାର୍ଜ କଲେ 656 କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ । ମହିନ୍ଦ୍ରା ଉଭୟ ଇଲେକ୍‌ଟ୍ରିକ ଏସୟୁଭିରେ ଲାଇଫଟାଇମ‌୍‌ ବ୍ୟାଟେରୀ ୱାରେଣ୍ଟି ଦିଆଯାଇଛି ।

Mahindra XEV 9e And BE 6e: ଫିଚର

ମହିନ୍ଦ୍ରାର ଏହି 2 ଏସୟୁଭିର ଲୁକ୍‌ ବେଶ ଆଖିଦୃଶିଆ ରହିଛି ସତ, ହେଲେ ଏଥିରେ ଫିଚର ମଧ୍ୟ ଦମଦାର ରହିଛି । ଏଥିରେ ଫ୍ୟୁଚରିଷ୍ଟିକ୍‌ ଡିଜାଇନ ଓ ଆରାମଦାୟକ ସିଟ୍‌ ଦିଆଯାଇଛି । SUV 9eରେ 43 ଇଞ୍ଚର ଟ୍ରିପଲ୍‌ ସ୍କ୍ରିନ ସେଟଅପ୍‌ ଦିଆଯାଇଛି । ଯେଉଁଥିରେ ଯାତ୍ରୀ, ଡ୍ରାଇଭର ଓ ସେଣ୍ଟ୍ରାଲ ଇନଫୋଟେନମେଣ୍ଟ ଦିଆଯାଇଛି । ବ୍ରିଙ୍ଗ ଇୟୋର ଅନ ଡିଭାଇସ ଅପସନରେ ପଛ ଯାତ୍ରୀଙ୍କ ଲାଗି ମନୋରଞ୍ଜନର ସୁବିଧା ଦିଆଯାଇଛି । ସେହିପରି BE 6eରେ 12.3 ଇଞ୍ଚ ଡୁଆଲ୍‌ ସ୍କ୍ରିନ ସେଟଅପ୍‌ ଦିଆଯାଇଛି ।

ଏହାବାଦ୍‌ ଏହି ଇଲେକ୍‌ଟ୍ରିକ SUVରେ 360 ଡିଗ୍ରୀ କ୍ୟାମେରା, ଅଟୋ ଆଡଜଷ୍ଟିଂ ହେଡଅପ୍‌ ଡିସପ୍ଲେ ଭିଜନ, ୱେୟାରଲେସ୍‌ ଆଣ୍ଡ୍ରଏଡ୍‌ ଅଟୋ ଓ ଆପଲ୍‌ କାର ପ୍ଲେ, ମଲ୍ଟିପଲ୍‌ ଡ୍ରାଇଭ ମୋଡ୍‌, କନେକ୍ଟେଡ କାର ଫିଚର, 7 ଏୟାରବ୍ୟାଗ, 16 ମିଲିୟନ କଲର ଅପସନ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.