ଭାରତୀୟ ଆପ୍କୁ ଗୁରୁତ୍ୱ ଦେବା ଆବଶ୍ୟକ: ଆଇଟି ମନ୍ତ୍ରୀ
🎬 Watch Now: Feature Video
ଭୁବନେଶ୍ବର: ଭାରତରେ 59 ଟି ଚାଇନା ଆପକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଉଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ସାରା ଦେଶରେ ଚାଇନା ଆପକୁ ବ୍ୟାନ କରାଯାଇଛି । ଏହାର ପ୍ରଭାବ ଚାଇନା ଆପ ବ୍ୟବହାରକାରୀଙ୍କ ଉପରେ ପଡିଛି। ଏନେଇ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଭାରତର ରହିଥିବା ନିଜସ୍ବ ଆପକୁ ବ୍ୟବହାର କରିବା ସହିତ ଭାରତୀୟ ଆପକୁ ପ୍ରମୋଟ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି ।