thumbnail

By

Published : Aug 30, 2020, 12:35 PM IST

ETV Bharat / Videos

ସଟଡାଉନ କୋହଳ ପରେ କେମିତି ରହିଛି ରାଜଧାନୀର ସ୍ଥିତି...

ଭୁବନେଶ୍ବର: ରାଜ୍ୟରେ ସଟଡାଉନ ଓ ଲକଡାଉନ ଉପରେ କଟକଣା କୋହଳ କରିଛନ୍ତି ସରକାର । ଜେଇଇ ଓ ନିଟ୍‌ ପରୀକ୍ଷା ନେଇ ନିୟମ କୋହଳ କରାଯାଇଛି । ଏଥିପାଇଁ ଶନିବାର ଓ ରବିବାର ଲାଗୁ ହୋଇନାହିଁ ସଟଡାଉନ । ରାଜ୍ୟର ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ କେନ୍ଦ୍ରକୁ ଯିବେ ଏଥିପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ସମସ୍ୟାରେ ନ ପଡିବା ପାଇଁ ୩୦ଟି ଜିଲ୍ଲାରେ ସରକାରୀ ଆଟିଆଇରେ ରହଣୀ ଓ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ତେବେ ପାଖାପାଖି ଜେଇଇ ପାଇଁ ୩୭ହଜାର ,ନିଟ ପାଇଁ ୪୦ ହଜାର ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଛନ୍ତି । କେବଳ ଭୁବନେଶ୍ବରରେ ୬ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ୧ରୁ ୬ ଜେଇଇ ଓ ୧୩ରେ ନିଟ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.