ନୀଳାଚଳେ ଜଗନ୍ନାଥ: ଶ୍ରୀଜୀଉଙ୍କ ଫୁଲୁରି ତେଲ ସେବା

By

Published : Jun 10, 2020, 3:16 PM IST

thumbnail

ପୁରୀ: ପ୍ରଭୁଙ୍କ ଲୀଳାରେ ମାନବୀୟ ଗୁଣାବଳୀର ପରିପ୍ରକାଶ ହୋଇଥାଏ । ମଣିଷ ପରି ମହାପ୍ରଭୁଙ୍କ କରାଯାଏ ଚିକିତ୍ସା । ସ୍ନାନ ପୂର୍ଣ୍ଣିମାରେ 108ଗରା ସୁଗନ୍ଧିତ, ସୁରଭିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଥିଲେ ତିନି ଠାକୁର । ଶ୍ରୀଅଙ୍ଗକୁ ଲାଗିଥିଲା ବାଧା, ଜଗାକୁ ଧରିଥିଲା ଜ୍ବର । ଏବେ ଉପଶମ ପାଇଁ ଘନଅନ୍ଧକାର ଗୁପ୍ତ ଗୃହରେ ଚାଲିଛି ଜଗତରନାଥଙ୍କ ଗୁପ୍ତ ଘରୋଇ ଚିକିତ୍ସା । ଅସୁସ୍ଥ ଦିଅଁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତ ଉପଚାର । ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁସ୍ଥ ପାଇଁ ମାଲିସ ହେବ ଔଷଧୀୟ ଗୁଣ ସମ୍ପର୍ଣ୍ଣ ଫୁଲୁରି ତେଲ । ପୁଲୁରୀ ତେଲ ଘର୍ଷଣ ପରେ ମହାପ୍ରଭୁଙ୍କ ଦେହରୁ ଭାଙ୍ଗିବ ଦରଜ , କିଛିମାତ୍ରାରେ ସୁସ୍ଥ ହେବେ ଶ୍ରୀଜୀଉ । ଅଣସରର ପଞ୍ଚମ ଦିନରେ ଶ୍ରୀଅଙ୍ଗ ଏହି ଦିବ୍ୱ ତୈଳ ଲାଗି ହୋଇଥାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.