‘କୋଟିଆ ଯାଆନ୍ତୁ ମୁଖ୍ୟମନ୍ତ୍ରୀ’ - ମୁଖ୍ୟମନ୍ତ୍ରୀଙ୍କ କୋଟିଆ ପରିଦର୍ଶନ
🎬 Watch Now: Feature Video
ଭୁବନେଶ୍ବର: କୋଟିଆକୁ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡିଶା ମଧ୍ୟରେ ବିବାଦ ଦେଖାଦେଇଥିବାବେଳେ ମୁଖ୍ୟମନ୍ତ୍ରୀ କୋଟିଆ ଗସ୍ତରେ ଯାଆନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କୋଟିଆ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସେ ଚିଠି ଲେଖିଛନ୍ତି । କୋଟିଆ ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ କରିବା ସହ ନିଜେ ମୁଖ୍ୟମନ୍ତ୍ରୀ କୋଟିଆ ପରିଦର୍ଶନ କରିବାକୁ ନିରଞ୍ଜନ ଚିଠିରେ ନିବେଦନ କରିଛନ୍ତି । ସ୍ବତନ୍ତ୍ର ପ୍ରକଳ୍ପରେ ତହସିଲଦାର ନିଯୁକ୍ତି ଦେଇ ସ୍ବତନ୍ତ୍ର କ୍ଷମତା ଦିଅନ୍ତୁ | ସେ ଅଞ୍ଚଳରେ କଣ ଚାଷ ହୋଇପାରିବ, ଅର୍ଥ ଉପାର୍ଜନ ହୋଇପାରିବ, ଜଳ ସେଚନ, ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ଓ ଅର୍ଥନୀତି ସହ ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବାକୁ ନିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ