ଆରପାରିରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ - ସମାଜସେବୀ ଡି ପ୍ରକାଶ

🎬 Watch Now: Feature Video

thumbnail

By

Published : Jan 13, 2021, 7:24 PM IST

କଟକ: ଆରପାରିରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ । ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ଡି ପ୍ରକାଶ ରାଓଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି । ବ୍ରେନ ଷ୍ଟୋକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ଡିସେମ୍ବର 25 ତାରିଖରେ କୋରୋନା ପଜିଟିଭ ଚିହ୍ନଟ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ପ୍ରକାଶ ରାଓ । ଏହାସହ ସେ କିଡନୀ ଜନିତ ରୋଗରେ ମଧ୍ୟରେ ପୀଡିତ ଥିଲେ । 1958 ମସିହା ନଭେମ୍ବର 11 ତାରିଖରେ ମହାନ ସମାଜସେବୀ ଡି ପ୍ରକାଶ ରାଓଙ୍କ ଜନ୍ମ । ପେଶାରେ ସେ ଜଣେ ଚା' ବିକାଳି । କଟକ ବକ୍ସି ବଜାରରେ ରହିଛି ତାଙ୍କ ଚା' ଦୋକାନ । ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ପ୍ରକାଶଙ୍କ ପରିବାର । ପୂର୍ବରୁ ସେ କଟକର ଏକ ଖବରକାଗଜ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେଠାରୁ ଚାକିରୀ ହରାଇବା ପରେ ସେ ନିଜର ଏକ ଚା' ଦୋକାନ ଆରମ୍ଭ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.