thumbnail

By

Published : Nov 16, 2019, 4:58 PM IST

ETV Bharat / Videos

ବାଲିଯାତ୍ରା ତୋରଣ ପଡି ଯୁବତୀ ଗୁରୁତର, ଅଗ୍ନିଶମ ଗାଡି କରୁଛି ଆମ୍ବୁଲାନ୍ସ କାମ

କଟକ: ବାଲିଯାତ୍ରା ତୋରଣ ପଡି ଜଣେ ଯୁବତୀ ଗୁରୁତର। ବାଲିଯାତ୍ରା ପଡିଆରେ ଘଟିଥିବା ଏହି ଅଘଟଣର ଶିକାର ହୋଇଛନ୍ତି ନୂଆପଡା ଅଞ୍ଚଳର ଯୁବତୀ ଚିନ୍ମୟୀ ସାହୁ। ସେ  ତାଙ୍କ ଦାଦାଙ୍କ ସହ ବାଲିଯାତ୍ରା ଦେଖିବାକୁ ଆସିଥିବାବେଳେ ବାଲିଯାତ୍ରାର ଏକ ଗେଟର ତୋରଣଟି ତାଙ୍କ ଉପରେ ପଡି ଯାଇଥିଲା । ତୁରନ୍ତ ତାଙ୍କୁ ସେଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ବି ସେଠାରେ ଆମ୍ବୁଲାନ୍ସ ସେବା ନଥିବାରୁ ତାଙ୍କୁ ଅଗ୍ନିଶମ ଗାଡ଼ିରେ ଏସସିବି ପଠାଯାଇଛି। ତେବେ ପ୍ରଶାସନ ର ଏଭଳି କାମକୁ ନେଇ ଦର୍ଶକ ସମାଲୋଚନା କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.