ମଧ୍ୟପ୍ରଦେଶରେ ବନ୍ୟାର ତାଣ୍ଡବ, ଉଦ୍ଧାର କରୁଛି ଭାରତୀୟ ବାୟୁସେନା - Indian Airforce helicpter
🎬 Watch Now: Feature Video
ଭୋପାଲ: ମଧ୍ୟପ୍ରଦେଶରେ ବନ୍ୟାର ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ଭାରତୀୟ ବାୟୁସେନା । ବନ୍ୟାପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରୁଛି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର। ବନ୍ୟାରେ ୩୦୦ ଲୋକ ଫସିଥିବାବେଳେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହା ସହ ଜଣେ ନବଜାତକକୁ ମଧ୍ୟ ଉଦ୍ଧାର କରାଯାଇଛି। ବନ୍ୟାପ୍ରଭାବିତ ଅଞ୍ଚଳରେ NDRF ଟିମ ନିୟୋଜିତ ହୋଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ