କୋରୋନା ଆଲର୍ଟ: ଦିନକୁ 5 ଥର ମୋବାଇଲ ସଫା କରିବାକୁ ପରାମର୍ଶ - କୋରୋନା ଆଲର୍ଟ
🎬 Watch Now: Feature Video
ଭୁବନେଶ୍ବର: 162 ଦେଶରେ ପହଞ୍ଚି ସାରିଛି ମହାମାରୀ କୋରୋନା ଭାଇରସ । ସାରା ବିଶ୍ବରେ ୧,୮୩,୧୧୬ ଜଣ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତରେ ମଧ୍ୟ ଏହି ଆକ୍ରନ୍ତଙ୍କ ସଂଖ୍ୟା 126ରେ ପହଞ୍ଚିଛି । ଏଥିପାଇଁ ସତର୍କ ରହିବାକୁ ପଡିବ । ଜଣେ ବ୍ୟକ୍ତି ଦିନକୁ ପାଖାପାଖି 2600 ଥର ନିଜ ମୋବାଇଲ ଫୋନକୁ ସ୍ପର୍ଶ କରୁଛି । ତେଣୁ ନିଜ ହାତ ଧୋଇବା ବ୍ୟତିତ ଫୋନକୁ 4ରୁ 5 ଥର ସଫା କରିବାକୁ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ ।