ପଞ୍ଜାବରେ ମୋଦିଙ୍କୁ ଅଟକାଇବା ଘଟଣାରେ ବାଲେଶ୍ବର BJPର ମୌନ ଧାରଣା - ମୋଦିଙ୍କୁ ଅଟକାଇବା ଘଟଣାରେ ବିଜେପିର ବିକ୍ଷୋଭ
🎬 Watch Now: Feature Video
ବାଲେଶ୍ବର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ପୋଲ ଉପରେ ଅଟକାଇବା ଘଟଣା । ସହରର ସିନେମା ଛକ ନିକଟରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ପକ୍ଷରୁ ମୌନ ଧାରଣା ଦିଆଯାଇଛି । ଏହି ଘଟଣାରେ କଂଗ୍ରେସ ସରକାର ଏଭଳି କାର୍ଯ୍ୟ କରିଥିବା ବିଜେପି ଅଭିଯୋଗ କରି ଏହାକୁ ଦୃଢ ନିନ୍ଦା କରିଛି । ଏନେଇ ବିଜେପି ନେତା ଓ କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଦୁଇଘଣ୍ଟା ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । କର୍ମୀମାନେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇ କଂଗ୍ରେସ ଦଳକୁ ସଦବୁଦ୍ଧି ଦେବା ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ