କର୍ଫ୍ୟୁ ପାଇଁ ମାନ୍ଦା ପଡିଲା କେକ ବ୍ୟବସାୟ
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ଫିକା ପଡିଲା ନବବର୍ଷ ସେଲିବ୍ରେସନ । କଟକଣା ଯୋଗୁଁ ନିରବରେ ନବବର୍ଷକୁ ସ୍ବାଗତ କରିଛନ୍ତି ରାଜ୍ୟବାସୀ । ରାଜ୍ୟବ୍ୟାପୀ କର୍ଫ୍ୟୁ ସାଙ୍ଗକୁ ଟ୍ବିନ ସିଟିରେ 144 ଧାରା ବଳବତ୍ତର ଏଥର ନବବର୍ଷର ମାହୋଲକୁ ଧୂଳିସାତ କରି ଦେଇଛି । ଫଳରେ ଏଥର ମାନ୍ଦା ପଡିଲା କେକ୍ ବେପାର । ନବବର୍ଷ ଆସିବା ପୂର୍ବରୁ ରାଜଧାନୀର ବିଭିନ୍ନ ଗଳିକନ୍ଦରେ ବେକାରୀ ଦୋକାନ ଖୋଲାଯାଇଥିଲା । କୋରୋନା ପାଇଁ ସେମିତିରେ ବେପାର ବଣିଜ ଠପ ହୋଇପଡିଥିଲା । ହେଲେ ନବବର୍ଷକୁ ଲୋକେ କେକ୍ କାଟି ଉତ୍ସବ ମନାଇବେ ବୋଲି ଭୁବନେଶ୍ବରର ଅନେକ ବେକେରି ମାଲିକ ପ୍ରସ୍ତୁତ ଥିଲେ । କେକ ବିକ୍ରିକୁ ନେଇ ଅଫର ବର୍ଷା କରିଥିଲେ । ହେଲେ ଠିକ ସମୟରେ ସରକାରଙ୍କ କର୍ଫ୍ୟୁ ଓ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଯୋଗୁଁ ମଉଳି ଗଲା ବ୍ୟବସାୟ ।