ଲୁଟେରାଙ୍କ ଟାର୍ଗେଟରେ ଶ୍ରୀମନ୍ଦିର, ଅନ୍ନଦାନ କାର୍ଯ୍ୟାଳୟରୁ ଟ୍ରେଜେରୀ ତାଡି ଲୁଟ୍ - shree mandir
🎬 Watch Now: Feature Video
ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟ ରାମ ମନ୍ଦିର ଲୁଟ୍ ଘଟଣାକୁ 10 ଦିନ ନ ପୂରୂଣୁ ଶ୍ରୀମନ୍ଦିରରେ ପୁଣି ଥରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ବୁଧବାର ବିଳମ୍ବିତ ରାତିରେ କୋଇଲି ବୈକୁଣ୍ଠ ନିକଟ ଅନ୍ନଦାନ କାର୍ଯ୍ୟାଳୟରୁ ଦୁର୍ବୃତ୍ତ ମାନେ ଗେଟ୍ ଭାଙ୍ଗି ଟ୍ରେଜେରୀ ତାଡି ଲୁଟ୍ କରିଥିବା ଜଣାପଡିଛି। ଏଥିସହ କାର୍ଯ୍ୟାଳୟ ନିକଟ କାନ୍ଥକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।